Home Breaking News ଦୂର୍ଗମ ଅଞ୍ଚଳରେ ସରକାରୀ ଯୋଜନା ସାତସପନ

ଦୂର୍ଗମ ଅଞ୍ଚଳରେ ସରକାରୀ ଯୋଜନା ସାତସପନ

by Admin
0 comment

ରାୟଗଡା (ନିରପେକ୍ଷ): ଉପାନ୍ତ ଅଞ୍ଚଳର ବିକାଶ ନିମନ୍ତେ ସରକାରଙ୍କ ମାଳ ମାଳ ଯୋଜନା ଏବଂ ଏଥି ନିମନ୍ତେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ହେଲେ ଏହି ସବୁ ଯୋଜନା କେତେ ସଫଳ ଏହାର ବାସ୍ତବ ଚିତ୍ର ଦେଖିବା ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତାଡି ଜୋଲା ଗାଁରୁ | ହାତରେ ଗରା ମାଠିଆ, ଖାଲ ଖମା ଭରା ପଥୁରିଆ ରାସ୍ତା, ଏହି ରାସ୍ତାରରେ ପାନୀୟ ଜଳ ନିମନ୍ତେ ଲାଗିଛି ସଂଘର୍ଷ । ଗାଁ ଲୋକଙ୍କର ପାନୀୟ ଜଳ ନିମନ୍ତେ ଏହି ଚୁଆଁ ହିଁ ଭରସା। ଏହି ଚୁଆ ପାଣି ପିଇ ଅନେକ ସମୟରେ ଅସୁସ୍ଥ ହେବାର ନଜର ବି ରହିଛି।

ସେହିପରି ଗାଁକୁ ଯିବାକୁ ହେଲେ ପକା ରାସ୍ତା ଖଣ୍ଡିଏ ନାହିଁ। ଜଙ୍ଗଲୀ ରାସ୍ତା ଏବଂ ରାସ୍ତା ମଝିରେ ରହିଛି ପାହାଡିଆ ନାଳ ସାମନ୍ୟ ବର୍ଷାରେ ନାଳ ଫୁଲି ଉଠେ ଏବଂ ଯାତାୟାତ ହୋଇଯାଏ ଠପ। ଯେଉଁଥିପାଇଁ ଗାଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି । ଯଦି କୌଣସି ସ୍ବାସ୍ତ୍ୟଗତ ସମସ୍ୟା କିମ୍ବା ଗର୍ଭବତୀ ମହିଳା ସେ ଭଗବାନ ହିଁ ଭରସା । ୩୫ ପରିବାର ରହୁଥିବା ଏହି ଗାଁ ରେ ସରକାରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ମାତ୍ର ଦୁଇଟି ପରିବାର।

ଗାଁ ରେ ରାସ୍ତା, ପାନୀୟ ଜଳ ,ଶିକ୍ଷା ଏବଂ ଆବାସ ଯୋଜନାର ଅବହେଳାର ଅଭିଯୋଗ ନେଇ ସ୍ଥାନୀୟ ପ୍ରଶାସନର ଅନେକେ ଥର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସୁଫଳ ନ ମିଳିବା ଓ ନିର୍ବାଚନ ସମୟରେ ନେତାଙ୍କ ଅନେକ ପ୍ରତିଶୃତି କିନ୍ତୁ ନିର୍ବାଚନ ପରେ କାହାର ଦେଖା ନ ମିଳିବା ଭଳି ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏବଂ ଗାଁର ମୌଳିକ ସମସ୍ୟା ରାସ୍ତା, ପାନୀୟ ଜଳର ବ୍ୟବସ୍ଥା କରାଇବା ପାଇଁ ନିବେଦନ କରିଛନ୍ତି ଗାଁ ଲୋକେ। ଏବେ ଦେଖିବାକୁ ବାକି ରହିଲା କେବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନିଦ୍ରା ଭାଙ୍ଗୁଛି କେବେ ଏହି ନିରୀହ ଆଦିବାସୀ ଦୁର୍ଗମ ଦୁର୍ଦଶାରୁ ବଂଚିତ ରହୁଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc