Home Breaking News ଆସିକାରେ ବିଫଳ ହେଲା ବିକଶିତ ଭାରତର ସଂକଳ୍ପ ଯାତ୍ରା

ଆସିକାରେ ବିଫଳ ହେଲା ବିକଶିତ ଭାରତର ସଂକଳ୍ପ ଯାତ୍ରା

by Admin
0 comment

ଆସିକା(ନିରପେକ୍ଷ): ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ଓଏସଆରଟିସି ବସଷ୍ଟାଣ୍ଡରେ ଭାରତ ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା l ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଯେପରିକି ଗରିବ ମାନଙ୍କ ପାଇଁ ମୌଳିକ ଭିତ୍ତଭୂମିର ନିର୍ମାଣ, ୮୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଭାରତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା, ଜନ ଧନ ଯୋଜନାରେ ଆର୍ଥିକ ଅନ୍ତର୍ଭୁକ୍ତି କରଣ, ଦିବ୍ୟାଙ୍ଗ ସଶକ୍ତି କରଣ, ଆଦିବାସୀଙ୍କ ସାମଗ୍ରିକ ବିକାଶ, ତିନି କୋଟିରୁ ଉର୍ଦ୍ଧ୍ବ ଗ୍ରାମାଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ବିକାଶର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମଟି କରାଯାଇଥିଲା କିନ୍ତୁ ଆସିକା ଏନ୍ଏସି କାର୍ଯୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକ୍ରମର ପରିଚାଳନା ତ୍ରୁଟି ଯୋଗୁଁ କାର୍ଯ୍ୟକ୍ରମକୁ ଗୋଟିଏ ବି ଲୋକ ଆସିନଥିବା ନେଇ ଅଭିଯୋଗ କରିଛନ୍ତି ବିଜେପିର କିଛି ନେତା l

ଅପର ପକ୍ଷରେ ବିଜେପି ନେତାଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରଛନ୍ତି ଆସିକା ଏନ୍. ଏ. ସି କାର୍ଯୟନିର୍ବାହୀ ଅଧିକାରୀ, ସେ କହିଛନ୍ତି ସମସ୍ତକ ଅନୁମତି ଓ ସହଯୋଗରେ ଏହି କାର୍ଯ୍ୟକ୍ରମଟି କରାଯାଇଛି ହେଲେ କାର୍ଯ୍ୟକ୍ରମକୁ ଲୋକ ମାନେ ଆସିବେ କି ନାହିଁ ସେଇଟା ତାଙ୍କର ଇଚ୍ଛା ଉପରେ ସମ୍ପୂର୍ଣ ନିର୍ଭର କରୁଛି l

ସେହିପରି ଗୋଟିଏ ପକ୍ଷରେ କିଛି ବିଜେପି ନେତାଙ୍କ ଏପରି ଅଭିଯୋଗ ଅନ୍ୟପକ୍ଷରେ ଏନ୍. ଏ. ସି କାର୍ଯୟନିର୍ବାହୀ ଅଧିକାରୀ ଏସବୁ ଅଭିଯୋଗ କୁ ଖଣ୍ଡନ କରିବା ଏକ ପ୍ରକାର ଦ୍ଵନ୍ଦ ସୃଷ୍ଟି କରୁଛି l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc