Home Breaking News ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

by Admin
0 comment

ରାଇରଙ୍ଗପୁର (ନିରପେକ୍ଷ): ଓଡ଼ିଶା ସରକାରଙ୍କର ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ‘ ଜନ ସୁରକ୍ଷା,ଗଜରକ୍ଷା ଯୋଜନାରେ ‘ ଏକ ଦିବସୀୟ ରାଇରଙ୍ଗପୁର ବନଖଣ୍ଡ ସ୍ତରୀୟ ‘ଗଜସାଥୀ ଦକ୍ଷତା ତାଲିମ ଶିବିର’ ଡିଏଫଓ ଶ୍ରୀ ଶିବ ପ୍ରସାଦ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ପ୍ରଭାକର ମଲ୍ଲିକ, ଏସିଏଫ ରଂଜନ ବେହେରା, ଏସିଏଫ ସୁଶାନ୍ତ କୁମାର ପାଟବନ୍ଧା, ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ବାଳ, ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଜ୍ୟୋତି ରଂଜନ ସେନାପତି, ବାଦାମପାହାଡ ଵନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ, ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସିଂ, ମଣଦା ବନ୍ୟାଞ୍ଚଳ ଅଧିକାରୀଣୀ ଧରିତ୍ରୀ ମୁର୍ମୁ, ବହଳଦା ବନାଞ୍ଚଳ ଅଧିକାରୀଣୀ ସୁମିତ ପାତ୍ର, ବନପାଳ, ଵନରକ୍ଷୀ ଏବଂ ଶତାଧିକ ଵନସୁରକ୍ଷା ସମିତି ସଦସ୍ୟ/ସଦସ୍ୟ, ଗଜସାଥୀ ପ୍ରମୁଖ ସାମିଲ ହୋଇଥିଲେ ।

ସେହିପରି ପ୍ରାରମ୍ଭରେ ଵନ ବିଭାଗ ଅଧିକାରୀ ଏବଂ ଗଜ ସାଥୀ, ବନ ସୁରକ୍ଷା ସମିତି ସଦସ୍ୟମାନେ ପ୍ଳାକାର୍ଡ ସହ ଗଜସୁରକ୍ଷା, ଜଙ୍ଗଲ ସୁରକ୍ଷା, ପରିବେଶ ସୁରକ୍ଷା ,ମଣିଷ ସମାଜକୁ ଗଜ ଏବଂ ଜୀବଜନ୍ତୁ ମାନଙ୍କୁ ଠାରୁ ଦୂରେଇ ରଖିବା ସଚେତନତା ବାର୍ତ୍ତା ନେଇ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ | ପରେ ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ପରିବେଶବିତ ଲଳିତ ମହାନ୍ତ ଅତିଥି ପରିଚୟ ସହ ମଂଚର ପରିଚାଳନା କରିଥିଲେ। ଏଥିରେ ହାତୀ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ରକ୍ଷା,ବନ ନିକଟସ୍ଥ ଗ୍ରାମବାସୀଙ୍କୁ ସଚେତନ କରାଇବା ବାର୍ତ୍ତା ଦେଇଥିଲେ। ପରେ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ବାଳ ସମସ୍ତଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଗଜସାଥୀ ଏବଂ ବନବିଭାଗ ଅଧିକାରୀ , କର୍ମଚାରୀମାନଙ୍କୁ ହାତୀ ଓ ମଣିଷ ସଂଘର୍ଷରେ ହାତୀର ନିରାପଦ ଓ ମଣିଷର ହାତୀ ଉପଦ୍ରଵରେ କ୍ଷୟକ୍ଷତିର ଭରଣା ଓ ଅନୁକମ୍ପା ରାଶିର ସହାୟତା ସଂପର୍କରେ ସୂଚନା ଦେଇଥିଲେ। ଶେଷରେ ରେଞ୍ଜର ରମାକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc