ରାଇରଙ୍ଗପୁର(ନିରପେକ୍ଷ): ଠୁଳୁକୁଚଟାଣି ଗ୍ରାମର ବଧୁରାଇ ହେମ୍ପ୍ରମ ୨୩ ବର୍ଷିୟ ଯମୁନା ମାର୍ଣ୍ଡୀ ଗତ ୩/୪ ବର୍ଷ ହେବ ବିଜାତଳା ବ୍ଲକ ଭାଲୁଯୋଡି ଗ୍ରାମର ଯୁବକ ଲକ୍ଷ୍ମଣ ମାର୍ଣ୍ଡୀଙ୍କୁ ଭଲ ପାଇ ବିବାହ କରିଥିଲେ। ସେହି ସମୟ ମଧ୍ୟରେ ଉଭୟ ବାଙ୍ଗାଲୋରକୁ ଯାଇ କିଛି କାମ ମଧ୍ୟ କରୁଥିଲେ। ତେବେ ପରେ କିଛି କାରଣରୁ ସ୍ତ୍ରୀ ଯମୁନାକୁ ନିଜ ଘରେ ଛାଡ଼ିଦେଇ ଲକ୍ଷ୍ମଣ ପୁଣି ବାଙ୍ଗାଲୋରକୁ କାମ କରିବା ପାଇଁଁ ଚାଲି ଯାଇଥିଲା| ଏହା ଭିତରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ସନ୍ଦେହର ଫାଟ୍ ସୃଷ୍ଟି ହେଲା ଏବଂ ଫୋନ୍ ଯୋଗେ ବାରମ୍ବାର ଝଗଡ଼ା ହେଉଥିବା ଘର ଲୋକେ କହିଛନ୍ତି।
