Home Breaking News ସିଆରପିଏଫ 19 ବାଟାଲିୟନ୍ ଦ୍ଵାରା ରୁଣ୍ଡି ଗ୍ରାମରେ ସିଭିକ ଆକ୍ସନ ଜନସମ୍ପର୍କ କାର୍ଯ୍ୟକ୍ରମ

ସିଆରପିଏଫ 19 ବାଟାଲିୟନ୍ ଦ୍ଵାରା ରୁଣ୍ଡି ଗ୍ରାମରେ ସିଭିକ ଆକ୍ସନ ଜନସମ୍ପର୍କ କାର୍ଯ୍ୟକ୍ରମ

by Admin
0 comment

ନୂଆପଡା (ନିରପେକ୍ଷ): ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଭଇଁସାଦାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ରୁଣ୍ଡୀ ଗ୍ରାମରେ ସିଆରପିଏଫ ଯବାନ ଓ ଲୋକଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ରକ୍ଷା କରିବା ପାଇଁ ସିଆରପିଏଫର 19 ବାଟାଲିୟନ ଦ୍ଵାରା ସିଭିକ ଆକ୍ସନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ 19 ବାଟାଲିୟନ ସିଆରପିଏଫ କମାଡେଣ୍ଟ ମନୋଜ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ 216 ନମ୍ୱର୍ ସିଆରପିଏଫ ଡ. ଏମ ସୁପ୍ରିୟା, ଦ୍ଵିତୀୟ କମାଡେଣ୍ଟ ରାକେଶ କୁମାର, ଧୋବଘାଟ କ୍ୟାମ୍ପ କମାଡେଣ୍ଟ ରାଜେଶ କୁମାର ସାହୁ, ଡାକ୍ତର ଉପେନ୍ଦ୍ର ମାଝୀ, ଡାକ୍ତର ଗିରିଶ ଚନ୍ଦ୍ର ଭୋଇ, ପୂର୍ବତନ ସରପଂଚ ଭୋଳାମଣି ନାଗ ଓ କ୍ୟାମ୍ପର ସମସ୍ତ ଯବାନମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ସ୍ଥାନୀୟ ଅଞ୍ଚଳର ଅନେକ ଜନସାଧାରଣ ଙ୍କୁ ସିଆରପିଏଫ୍ କେମ୍ପ ଦ୍ୱାରା ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଅଞ୍ଚଳର ଲୋକଙ୍କୁ ସିଆରପିଏଫ ଯବାନ ମାନଙ୍କ ଦ୍ଵାରା ମାଗଣାରେ କମ୍ବଳ, ଯୁବକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଭଲି ବଲ,ଫୁଟବଲ, ଇତ୍ୟାଦି ବଣ୍ଟନ କରାଯାଇ ସେ ଅଂଚଳର ପ୍ରତିଭାର ବିକାଶ ପାଇଁ ଛାତ୍ରଛାତ୍ରୀ ମାନେ ନୃତ୍ୟ ପ୍ରଦର୍ଶନ କରି,255ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁଳ୍କ ଔଷଧ ବଣ୍ଟାଯାଇଥିଲା, ଏହିକାର୍ଯ୍ୟକ୍ରମ କୁ ବୋଡେ଼ନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସହଯୋଗ କରିଥିଲେ |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc