Home Uncategorized ସାବଧାନ ମାତିଛନ୍ତି ଚୋର ! ଆଖି ସାମ୍ନାରେ ଖାଲି କରିଦେବେ ଘର

ସାବଧାନ ମାତିଛନ୍ତି ଚୋର ! ଆଖି ସାମ୍ନାରେ ଖାଲି କରିଦେବେ ଘର

by Admin
0 comment

ନିମାପଡା (ନିରପେକ୍ଷ): ଆଗକୁ ଆସୁଛି ନବବର୍ଷ, ଆଉ ଦିନ କେଇଟା ପରେ ବିଦାୟ ନବ 2023 ଆଉ ନବବଧୂ ସାଜି ଆସିବ 2024। ସେଇ ଚବିଶକୁ ସ୍ଵାଗତ କରିବାକୁ ଜମିବ ମଦ ଆଉ ଖାସି ମାଂସର ଆଶର, ତେଣୁ ନବବର୍ଷରେ ଛେଳି ମାଂସର ଚାହିଦା ଅଧିକ, ସେଥିପାଇଁ ଗ୍ରାମାଞ୍ଚଳରେ ଗରିବ ଶ୍ରେଣୀର ଲୋକମାନେ ଛେଳି ମେଣ୍ଢା ରଖି ଥାଆନ୍ତି ନୂଆ ବର୍ଷରେ ବିକିଲେ ଭଲ ଦୁଇ ପଇସା ମିଳିବ। ତେଣୁ ଗରିବ ନିରୀହ ଚାଷୀଟେ ଚାହିଁ ରହିଥାଏ ନୂଆ ବର୍ଷକୁ। ବେପାରୀମାନେ ବି ନୂଆବର୍ଷର ବହୁ ଆଗରୁ ଗାଁ କୁ ଗାଁ ବୁଲି ଛେଳି ମେଣ୍ଢା କିଣି ଗଚ୍ଛିତ ରଖିଥାନ୍ତି ଦି ପଇସା ଭଲ ରୋଜଗାର କରିବାକୁ। କିନ୍ତୁ ଏବେଠାରୁ ଗ୍ରାମାଞ୍ଚଳରେ ମାତିଲେଣି ଛେଳିଚୋର ଓ ସେମାନଙ୍କ ସାଥିରେ ଅଛନ୍ତି କିଛି ବେଇମାନି ଅଧର୍ମୀ ବେପାରୀ। ଏମିତି ଛେଳି ଚୋର ପ୍ରତି ଗାଁରେ ମାତିଛନ୍ତି ଓ ଗରିବ ନିରୀହଙ୍କ ଗୁହାଳରେ ପସି ଛେଳି ନେଇ ଚାଲିଯାଉଛନ୍ତି ଆଉ ଶାଗ ମାଛ ଦରରେ ବିକିଦେଉଛନ୍ତି ସେଇ ଅଧାର୍ମି ଆଉ କୁକର୍ମୀ ବେପାରୀମାନଙ୍କୁ। ଯାହାର ଜ୍ୱଳନ୍ତ ଉଦାହରଣ ଘଟିଛି ଚାରିଛକ ଥାନା ଅନ୍ତର୍ଗତ ଭୋଦର ପଞ୍ଚାୟତର ଜୁଣୁପୁରୁ ଗ୍ରାମରେ।

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ବିକା ବେହେରାଙ୍କ ଗୁହାଳ ଘରେ 6ରୁ 7ଜଣ ଚୋର ପଶି ତାଙ୍କରି ଆଖି ସମ୍ନାରେ ତାଙ୍କର ସମସ୍ତ ଛେଳିକୁ ନେଇଯାଇଥିଲେ। ବିକା ବେହେରା ନିକଟସ୍ଥ ଚରିଛକ ଥାନାରେ ଅଭିଯୋଗ କରିବାରୁ ଉକ୍ତ ଅଭିଯୋଗ ଆଧାରରେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଓ ତାଙ୍କ କର୍ମଚାରୀମାନଙ୍କୁ ନେଇ ଅନୁସନ୍ଧାନ କରିବାରୁ ଧାରା ପଡ଼ିଥିଲେ ଚୋର। କଳପାଞ୍ଚଣ ଗ୍ରାମର ସେକେ ସଲାମତ(ବୟସ 20), ଆକାସ ଭୋଇ (ବୟସ ୧୯), ଲୋଚନ ଭୋଇ (ବୟସ ୨୫)ଗୁଣ୍ଡିଆ ଲେଙ୍କାସାହିର ବୁଲୁ ସେଠୀ (ବୟସ୧୯), ନୁଆହାଟର ଚନ୍ଦନ ଭୋଇ (ବୟସ୧୯), ଉମା ମହେଶ୍ୱୋରପୁରୁ ମାଂସ ବେପାରୀ ଏସ କେ ପଦୁଙ୍କ ପାଖରୁ 19ରୁ ଉର୍ଦ୍ଧ ଛେଳି ଜବତ କରିବା ସହିତ ଛେଳି ସହିତ ସମସ୍ତ ଅଭିଯୁକ୍ତଙ୍କୁ ଥାନାକୁ ଆଣି ସେମାନଙ୍କ ନାମରେ ମାମଲା ରୁଜୁ କରିଛନ୍ତି ।ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ବହୁତ ଚୋରି ଅଭିଯୋଗ ରହିଅଛି।

ଆଜି ନିମାପଡା ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ମଲିକ୍ ଏବଂ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ଵାଳ ପ୍ରେସ ବିଜ୍ଞପ୍ତିରେ ଛେଳି ଚୋରିର ସମସ୍ତ ଘଟଣାବଳୀ ଜଣାଇଛନ୍ତି । ଚାରିଛକ ଥାନା କେସ ନମ୍ୱର ୧୨୧/୨୩ ଆଇ ପି ସି ଧାରା ୩୯୫, ୩୪ଧାରା ରେ ମାମଲା ରୁଜୁ କରି ଅଦାଲତରେ ହାଜର କରାଯିବ ବୋଲି ଥାନାଅଧିକାରୀ ଜଣାଇଛନ୍ତି। ଥାନା ଅଧିକାରୀଙ୍କ ଉପରେ ଚାରିଛକ୍ ଅଞ୍ଚଳବାସୀଙ୍କ ଭରସା ଅଛି, ଥାନା ଅଧିକାରୀ ଶ୍ରୀମତୀ ବିଶ୍ଵାଳ ବି ଭରସା ଦେଇଛନ୍ତି ଆଗକୁ ପେଟ୍ରୋଲିଙ୍ଗ ଜୋରଦାର କରାଯିବା ସହିତ ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦେବାରେ ଚରିଛକ୍ ଥାନା ପୋଲିସ ଦିବାରାତ୍ର ଅହରୋହ ପ୍ରୟାସ ଜାରି ରଖିବ। ଯେଉଁ ମାନେ ବି ଏଭଳି ହିନ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ରୁ କଠୋର ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc