ମୟୂରଭଞ୍ଜ (ନିରପେକ୍ଷ): ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡର ତିରିଂ ବ୍ଲକ ଅନ୍ତର୍ଗତ ନାରାୟଣ ପଞ୍ଚାୟତର ବଡସାଦମ ଗାଁ ରେ ବସୁଧାଯୋଜନାନ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ SDO ବହଳଦାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏଣୁ ସରକାର ଙ୍କ ବସୁଧାଯୋଜନାକୁ ଠିକାଦାର ଓ Je ନବକିଶୋର ମଲ୍ଲିକଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ପରିଲକ୍ଷିତ ହୋଇଅଛି।
ଯାହାକି ବର୍ତ୍ତମାନ ଲୁହା ଛଡ ବାହାର କୁ ଦେଖିଯାଇ ଟାକିଂରେ ଫାଟ୍ ସୃଷ୍ଟି ହୋଇ ଜଳ ଝରିବାର ଦେଖିବାକୁ ମିଳିଛି। Je ମହାଶୟ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଧା କାନରେ ତେଲ ଦେଇ ସୁଇଛନ୍ତି। ଏଣୁ ଗ୍ରାମବାସୀଙ୍କୁ ଭୁଆଁ ବୁଲେଇ କହିଛନ୍ତି। ଯେ ଏହାକୁ ଆଉଥରେ ରେପରିଂ କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏଣୁ ଗ୍ରାମବାସୀ ରାଜ୍ୟ ସରକାର 5t ସଚିବଙ୍କୁ ଅନୁରୋଧ କରିଛନ୍ତି। କି ଏହାକୁ ଭିଜିଲାନ୍ସ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଜଣାଇଛନ୍ତି। ଏଣୁ ଗ୍ରାମବାସୀ Je ଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇଥିବାରୁ ଅନ୍ୟତ୍ର ବଦଳି ଦାବି ରଖିଛନ୍ତି