ନିମାପଡ଼ା(ନିରପେକ୍ଷ) : ଗଣତନ୍ତ୍ର ରେ ଗଣ ମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।ପ୍ରତ୍ୟେକ ଗଣ ମାଧ୍ୟମ ରାଷ୍ଟ୍ର ପାଇଁ ସମର୍ପିତ । ରଜନୈତିକ ଦଳ ହୁଅନ୍ତୁ କି ସାମାଜିକ ଅନୁଷ୍ଠାନ ,ଗରିବ ନିରୀହ ନିଷ୍ପେସିତ ଙ୍କ ସମସ୍ୟା ହେଉ ବା ଅଞ୍ଚଳ ର କୌଣସି ସାମୁହିକ କାର୍ଯ୍ୟ ପ୍ରତ୍ୟେକ କ୍ଷେତ୍ର ରେ ଗଣ ମାଧ୍ୟମ ର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ।ପ୍ରତ୍ୟେକ କ୍ଷେତ୍ରରେ ପ୍ରତି ମୁହୂର୍ତ୍ତ ରେ ଜୀବନ କୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଟି କିନ୍ତୁ ଅବହେଳିତ ।ସାମ୍ବାଦିକ ମାନଙ୍କ ପାଇଁ ଲଢେଇ ଜାରିରଖିଥିବା ତଥା ସାମ୍ବାଦିକ ମାନଙ୍କ ର ମୌଳିକ ଆବଶ୍ୟକତା କୁ ପୁରଣ ପାଇଁ ଓଡ଼ିଶା ର ଅଗ୍ରଣୀ ସଂଘ ହେଉଛି ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଯେ । ସଂଘ ତରଫରୁ ପୁରୀ ଜିଲ୍ଲା ଚାରିଛକ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସର ରେ ଡକ୍ଟର କେଦାରନାଥ ସାହୁ ସଭାପତିତ୍ୱରେ ପୁରୀ ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଶିକ୍ଷା ସୁରକ୍ଷା ଓ ସମ୍ନାନ ପାଇଁ ସାମ୍ବାଦିକ ମାନେ ସଂଗଠିତ ହେବା ଜରୁରୀ ବୋଲି ଏସ ୟୁ ଜେ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଥିବା ବେଳେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ପି ଡି ୟୁ ଜେ ର ନୂତନ ସଭାପତି ଡଃ କେଦାର ନାଥ ସାହୁ ଗୁଣାତ୍ମକ ଖବର ପ୍ରକାଶନ ଉପରେ ସକାରାତ୍ମକ ହେବାକୁ ଗୁରୁତ୍ଵ ଦେଇଥିଲେ ।ସବୁ ସାମ୍ବାଦିକ ଙ୍କ ସବୁ ସମସ୍ୟା ଏକପ୍ରକାର ରହିଥିବାରୁ ସଂଘ ମାନେ ଏଖାଠି ହୋଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସମସ୍ତ ବକ୍ତା ମାନେ ମତ ପ୍ରକାଶ କରିଥିଲେ ।
