ଦିଗପହଣ୍ଡି (ନିରପେକ୍ଷ): ଦୀର୍ଘ କୁଡ଼ିଏ ଦିନଧରି ଲାଗିରହିଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ରାମଜୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ଏକ କାଯ୍ୟକ୍ରମ ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମର ଆଜି ହେଉଛି ଶେଷ ଦିନ|

ଆଜିର ଏହି ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଭୀଷ୍ମଗିରି ପଞ୍ଚାୟତର ସମିତି ସଭ୍ୟ ଶିବରାମ ମହାନ୍ତି ଓ ସମ୍ନାନୀତ ଅତିଥି ଭାବେ ଯୋଗଦେଲେ ଦିଗପହଣ୍ଡି ଅଞ୍ଚଳର ଆଇନଜୀବି ଓ ବରିଷ୍ଠ ସାମ୍ବାଦିକ ହର ପ୍ରସାଦ ରଥ | ଏହି କାଯ୍ୟକ୍ରମଟି ଦୀର୍ଘ କୁଡ଼ିଏ ଦିନ ଧରି ଚାଲୁ ରହିଥିଲା, ଗୁଡିଏ ଦିନ ଭିତରେ ବିଭିନ୍ନ ପ୍ରକାର କାଯ୍ୟକ୍ରମ ଗୁଟିକରେ ବହୁ ଛାତ୍ରଛାତ୍ରୀ ଭଗନେଇ କିଏ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ଆଉ କିଏ କିଏ ଦ୍ୱତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି |
