ପାରାଦୀପ (ନିରପେକ୍ଷ): ଚଳିତ ୨୦୨୩-୨୪ ଆର୍ଥିକ ବର୍ଷକୁ ଆହୁରି ୧୦୨ ଦିନ ବାକି ଅଛି, କିନ୍ତୁ ଏହାର ଯଥେଷ୍ଟ ଅବ୍ୟବହିତ ପୂର୍ବରୁ ପାରାଦୀପ ବନ୍ଦର ପୁଣି ଥରେ ୧୦୦ମିଲିୟନ୍ ଟନ୍ ପଣ୍ୟ କାରବାର କରି ବନ୍ଦର ଇତିହାସରେ ପୁଣି ଏକ ବିରଳ ରେକର୍ଡ ସୃଷ୍ଟି କରିଛି। ଗତ ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରୁ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ମାସ ୯ ତାରିଖରେ ବନ୍ଦର ରେ ପଣ୍ୟ କାରବାର ୧୦୦ମିଲି଼ୟନ୍ ପାର୍ କରିଥିବା ବେଳେ ଏଥର ଗତ ଦିନର ୨୨ଦିନ ପୁର୍ବରୁ ଅର୍ଥାତ୍ ଡିସେମ୍ବର ମାସ ୧୮ ତାରିଖରେ ଏହି ରେକର୍ଡ ପାର୍ କରିଛି ଯାହାକି ଗତ ବର୍ଷ ବନ୍ଦର ରେ ୧୦୦ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କୁ ୨୮୪ ଦିନ ସମୟ ଲାଗିଥିବା ବେଳେ ଚଳିତବର୍ଷ ୧୦୦ମିଲିୟନ୍ ଟନ୍ କାରବାର ମାତ୍ର ୨୬୨ ଦିନରେ ପାର୍ କରି ନିର୍ଦ୍ଧାରିତ ସମୟ ସୀମା ରେ ପ୍ରାୟ ୧୫୦ମିଲିୟନ୍ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡେଲ୍ କରିବ ବୋଲି ଆକଳନ କରାଯାଉଛି।
ତେବେ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ବନ୍ଦର ମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ହିଁ ଏକମାତ୍ର ବନ୍ଦର ଯିଏ କି ଏହି ରେକର୍ଡ ସୃଷ୍ଟି କରିବାରେ ବିରଳ କୃତିତ୍ୱ ହାସଲ କରିଛି । ଯାହାକି ପାରାଦୀପ ବନ୍ଦର ସଫଳତା ର ଶୀର୍ଷରେ ପହଞ୍ଚି ନିଜ ରେକର୍ଡ ନିଜେ ଭାଙ୍ଗି ଶ୍ରେଷ୍ଠ ବନ୍ଦର ଭାବରେ କୃତିତ୍ୱ ଅର୍ଜନ କରି ସମଗ୍ର ଦେଶରେ ୧ନମ୍ବର ବନ୍ଦର ର ସ୍ଥାନ ଅଧିଗ୍ରହଣ କରିଛି। ତେବେ ଯେପରି କ୍ରିକେଟ ଖେଳାଳୀ ଟିଏ ଶତକ ହାସଲ କରିବା ପରେ ପଡ଼ିଆରେ ବ୍ୟାଟ୍ ଟେକି ଶୁଭେଚ୍ଛା ଓ ଶୁଭକାମନା ସାଉଁଟିଲା ପରି ଏହି ସଫଳତା ହାସଲ କରିବାପରେ ଚାରି ଦିଗରୁ ବନ୍ଦର ଅଧ୍ୟକ୍ଷଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି। ତେବେ ଏହି ଶ୍ରେଷ୍ଠତା ର ଶ୍ରେୟ ବନ୍ଦର କର୍ତ୍ତୃପକ୍ଷ ସମସ୍ତ ବନ୍ଦର ଅଧିକାରୀ, କର୍ମଚାରୀ, ଓ ଶ୍ରମିକମାନଙ୍କ ସମେତ ସମସ୍ତ ବନ୍ଦର ବ୍ୟବହାର କାରୀ ଙ୍କୁ ଦେଇଥିବା ବେଳେ ସର୍ବ ସମୁହ କିନ୍ତୁ ଏହି ଶ୍ରେଷ୍ଠତା ର ଶ୍ରେୟ ଦୃଢ଼ ନେତୃତ୍ୱ କୁ ଦେଇଛନ୍ତି। ତେବେ ଏହି ପ୍ରକ୍ରିୟା ଜାରି ରହିଲେ ଖୁବ୍ ଶିଘ୍ର ବନ୍ଦର ୧୫୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ପୁଣି ଏକ ବିରଳ ରେକର୍ଡ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ। ତେଣୁ ଏ ପ୍ରକ୍ରିୟା ଜାରି ରହିବ ବୋଲି ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରାନଧ ଏକ ସାମ୍ୱାଦିକ ସମ୍ମିଳନୀରେ ଦୃଢ଼ତାର ସହ କହିଛନ୍ତି।