ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାଷ୍ଟ୍ରପତି ପାଦ ପାଇଁ ଅଯୋଗ୍ୟ ବୋଲି ଘୋଷିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ| କଲରାଡୋ ରାଜ୍ୟର ମୁଖ୍ୟ କୋର୍ଟ ଗତକାଲି କ୍ୟାପିଟାଲ ହିଂସା ମାମଲାରେ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ ଅନୁସାରେ କୋର୍ଟ ଏହି ରାୟ ଶୁଣାଇଛି । ଏଥିସହ ହ୍ବାଇଟ ହାଉସର ରେସ୍ ପାଇଁ ରିପବ୍ଲିକାନ ପାର୍ଟିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟ ପ୍ରାଥମିକ ଭୋଟିଂରୁ କୋର୍ଟ ହଟାଇ ଦେଇଛନ୍ତି।
ତେବେ ସୂଚନା ଥାଉ କି, ଆମେରିକା ଇତିହାସରେ ଏହା ପ୍ରଥମ ଥର ପାଇଁ ୧୪ ତମ ସଂଶୋଧନର ଧାରା ୩ ଅନୁସାରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ।