ଭୁବନେଶ୍ୱର (ନିରପେକ୍ଷ) : ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତ | ଧୀରେ ଧୀରେ ଅଧିକାଂଶ ଅଞ୍ଚଳର ପାରଦ ତଳକୁ ଖସିବାରେ ଲାଗିଛି | ଫଳରେ ଶୀତରେ ଥରହର ହେଉଛନ୍ତି ରାଜ୍ୟବାସୀ | ଶୀତର ପ୍ରକୋପ ଏତେ ରହିଛି ଯେ ରାତି ହେଲେ ରାସ୍ତାଘାଟ ଜନଶୂନ୍ୟ ହେଉଛି | ରାଜ୍ୟର ୧୦ ସହରରେ ତାପମାତ୍ରା ବର୍ତ୍ତମାନ ୧୦ଡିଗ୍ରୀ ତଳକୁ ରହିଛି। ତେବେ ଆହୁରି ୪ରୁ ୫ଦିନ ପର୍ୟ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଉଦୟଗିରି ଜିଲ୍ଲାରେ ପାରଦ ସବୁଠୁ ନିମ୍ନସ୍ତରରେ ରହିଛି ଅର୍ଥାତ ଉଦୟଗିରିରେ ରାତି ତାପମାତ୍ରା 6.5 ରେକର୍ଡ କରାଯାଇଛି | ଫଳରେ ରାଜ୍ୟର ସବୁଠୁ ଥଣ୍ଡାର ସହର ପାଲିଟିଛି ଉଦୟଗିରି |
ସେହିପରି କିରେଇରେ ୭ ଡିଗ୍ରୀ, ଫୁଲବାଣା ୮.୫ ଡିଗ୍ରୀ, କୋରାପୁଟ ୮.୭ ଡିଗ୍ରୀ, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯ଡିଗ୍ରୀ, ଝାରସୁଗୁଡା ୯.୨ ଡିଗ୍ରୀ, ଦାରିଙ୍ଗିବାଡି ୯.୫ ଡିଗ୍ରୀ, ଅନୁଗୁଳ ୯.୬ ଡିଗ୍ରୀ, ରାଉରକେଲା ୯.୬ ଡିଗ୍ରୀ ଓ ଭଦ୍ରକର ରାଣୀତାଲ ଠାରେ ୧୦ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର-କଟକ ଦ୍ବୈତନଗରୀରେ ପାରଦ ୧୪ ଡିଗ୍ରୀ ତଳେ ରହିଛି। କଟକ ୧୩.୫ ଡିଗ୍ରୀ ଓ ଭୁବନେଶ୍ବର ରାତି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି