ନିରପେକ୍ଷ(ବ୍ୟୁରୋ) : ଛତିଶଗଡ଼ରେ ପୁଣିଥରେ ଇଡିର ଜୋରଦାର ଚଢାଉ । ଇଡ଼ି ସ୍କାନରରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଅନଲାଇନ୍ ମହାଦେବ ବେଟିଂ ଆପ୍ ପ୍ରମୋଟର୍ସ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ୫୦୮କୋଟି ଟଙ୍କା ଦେଇଥିବା ଜାଣିବାକୁ ପାଇଛି ଇଡ଼ି । ଏହି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଅସିମ ଦାସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ଆଗରେ ଏହି କଥା ସ୍ୱିକାର କରିଥିବା ଜଣାପଡ଼ିଛି । ଯାହାକୁ ନେଇ ଏବେ ତଦନ୍ତ ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅସୀମ ଦାସ ଏବଂ କନଷ୍ଟେବଳ ଭୀମ ସିଂ ଯାଦବଙ୍କୁ ରାୟପୁରର ସ୍ୱତନ୍ତ୍ର କୋର୍ଟ ୭ଦିନ ପାଇଁ ଇଡ଼ି ରିମାଣ୍ଡରେ ପଠାଇଦେଇଛନ୍ତି । ପରବର୍ତ୍ତି ଶୁଣାଣୀ ନଭେମ୍ବର ୧୦ରେ ହେବ । ଅନଲାଇନ୍ ବେଟିଂ ଆପ୍ ମାମଲାରେ ଇଡ଼ି ରାୟପୁର ଏବଂ ଭିଲାଇରେ ଜୋରଦାର ଚଢାଉ ଜାରି ରଖିଛି ।
