ନିରପେକ୍ଷ/ବ୍ୟୁରୋ(୨୮/୧௦) : ଜୁନ୍ ୨ତାରିଖ ସେହି କାଳରାତ୍ରି । ଅଚାନକ ଭାରତରେ ପଡିଯାଇଥିଲା ଚହଳ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅଧିକ ଭୟଭୀତ ହୋଇପଡିଥିଲେ ଅନ୍ୟ ଟ୍ରେନର ଯାତ୍ରୀ । ନିମିଷେକ ମଧ୍ୟରେ ଚହଳ ପଡ଼ିଗଲା ଓଡ଼ିଶାରେ ଘଟିଛି ୨୪ବର୍ଷର ସବୁଠାରୁ ବଡ଼ ରେଳ ଦୁର୍ଘଟଣା । ଓଡ଼ିଶାର ବାଲେଶ୍ୱରସ୍ଥିତ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ।

କିଏ ଯାଉଥିଲା ତା’ ମା’ ପାଖକୁ ତ କିଏ ଖାଇସାରି ଶୋଇଥିଲା । ପୁଣି କିଏ ଟ୍ରେନରେ ଖାଇ ବସିଥିଲା । ସମସ୍ତେ ଯାଉଥିଲେ ଆଖିରେ ଅସୁମାରୀ ସ୍ୱପ୍ନ ନେଇ । ହେଲେ ନିମିଷେକ ମଧ୍ୟରେ ସବୁକିଛି ହୋଇଯାଇଥିଲା ଓଲଟପାଲଟ । ଲୁହ ଆଉ ଲହୁରେ ଭିଜିଥିଲା ବାହାନଗାରୁ ବାଲେଶ୍ୱର, ଭଦ୍ରକରୁ କଟକ ଏବଂ କଟକରୁ ଭୁବନେଶ୍ୱର । କାଳରାତ୍ରିର ମୃତ୍ୟୁ କୋଳରେ ଶୋଇ ପଡିଥିଲେ ଶହଶହ ଯାତ୍ରୀ । ଅଚାନକ ଓଲଟିଯାଇଥିଲା ଟ୍ରେନଟି । ଚାହୁଁ ଚାହୁଁ ଚାଲିଯାଇଥିଲା ୨୯୩ଜଣ ନିରୀହ ଯାତ୍ରୀଙ୍କ ଜୀବନ । ସେହିପରି ଦୁର୍ଘଟଣାରେ ଆହତ ହୋଇଥିଲେ ୧ହଜାରରୁ ଅଧିକ ଯାତ୍ରୀ ।

ଶେଷର ଆଜି ନିଲାମ ହୋଇଛି ଦୁର୍ଘଟଣାଗ୍ରସ୍ତ କରମଣ୍ଡ ଏକ୍ସପ୍ରେସର କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି । କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ପ୍ରଥମେ ଖଣ୍ଡ ଖଣ୍ଡ କରି କଟାଯାଇଥିଲା ଏହାର ବଗିଗୁଡିକ । ପରେ କ୍ଷତିଗ୍ରସ୍ତ କୋଚ୍ ଓ ଇଞ୍ଜିନ୍ ନିଲାମ କରାଯାଇଛି । ହାୱଡାରେ ମୋହିତ୍ ଷ୍ଟିଲ କମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ ଓ କୋଚସବୁକୁ ୩କୋଟି ୮୨ଲକ୍ଷ ଟଙ୍କା ଦେଇ କିଣି ନେଇଛି । ଗତ ଜୁନ୍ ୨ତାରିଖରେ ବାହାନଗାରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ମାଲଗାଡି ଉପରେ ଚଢିଯାଇଥିଲା । ଠିକ୍ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱଡା ୟଶବନ୍ତପୁର ଏକ୍ସପ୍ରେସ ଉପରେ ପଡିଥିଲା କରମଣ୍ଡଳ ଏକ୍ସପ୍ରେସ ।
