ନିରପେକ୍ଷ/ବ୍ୟୁରୋ(୨୭/୧௦) : ସବୁଦିନ ପାଇଁ ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱର । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ତଥା ଅଭିନେତା ସ୍ୱରୂପ ନୟକ ଆଉ ଏ ଇହଧାମରେ ନାହାଁନ୍ତି । ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ରଚନା କରିଥିବା ସ୍ୱରୂପ ଦୀର୍ଘଦିନ ଧରି କ୍ୟାନସର ରୋଗରେ ପିଡିତ ଥିଲେ । ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଓଡ଼ିଆ ଆଧୁନୀକ ସଙ୍ଗୀତ ଜଗତର ଅନ୍ୟତମ ସ୍ରଷ୍ଟା ଭାବେ ବେଶ୍ ପରିଚିତ ସ୍ୱରୂପ କେବଳ ଯେ ଓଡ଼ିଆ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତାହା ନୁହେଁ । ସେ ଅନେକ ବଙ୍ଗଳା ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ନିଜ ସଙ୍ଗୀତର ଯାଦୁରେ ଶ୍ରୋତାଙ୍କୁ ବିମୋହିତ କରିଥିଲେ ।
