Home Crime କେନାଲ ରୁ ମୃତଦେହ ଉଦ୍ଧାର

କେନାଲ ରୁ ମୃତଦେହ ଉଦ୍ଧାର

by Admin
0 comment

ସାଲେପୁର(ନିରପେକ୍ଷ) : କେନାଲରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର।ହତ୍ୟା ସନ୍ଦେହ।ପରିବାର ପକ୍ଷରୁ ଥାନାରେ ଅଭିଯୋଗ। ଏଭଳି ଘଟଣା ଘଟିଛି କଟକଜିଲ୍ଲା ସାଲେପୁରଥାନା ଜିଗ୍ନିପୁର ପଂଚାୟତ ମତକତପୁରଠାରେ। ମୃତକହେଲେ ଦୋଳଗୋବିନ୍ଦ ଦାସ।ସୂଚନା ମୁତାବକ ମୃତ ଦୋଳଗୋବିନ୍ଦ ସ୍ତାନୀୟ ଜହିଁଆ ବଜାରରେ ସିମେଣ୍ଟ,ରଡ,କାଠ ବ୍ୟବସାୟ କରିଥିଲେ। ଘରୁ ଗତକାଲି ରାତିରେ ଖାଇ ଦୋକାନକୁ ଶୋଇବାକୁ ଆସିଥିଲେ।

ହେଲେ ସ୍ତାନୀୟ କେନାଲରେ ଆଜି ସଖାଳୁ ମୃତଦେହ ଭାସୁଥିବାର ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାରଲୋକେ ନିଶ୍ଚିନ୍ତକୋଇଲି ମେଡିକାଲକୁ ଶବକୁ ଆଣିଥିଲେ। ପୋଲିସକୁ ଖବରଦେବା ସହ ଏକ ଲିଖିତ ଅଭିଯୋଗକରିଥିଲେ ପରିବାର ଲୋକେ। ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତକରିବା ସହ ଏକ ଅପମୃତ ମାମଲା ରୁଜ୍ଜୁ କରି କଟକ ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛି।ଦୋଳଗୋବିନ୍ଦଙ୍କ ମୁଣ୍ଡରେ କ୍ଷତଥିବା ବେଳେ ପରିବାରପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗକରିଛନ୍ତି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc