Home Breaking News ବିଜେଡି ରୁ ବିଦା ହେଲେ ସୁଧାଂଶୁ ପରିଡା ସୌମ୍ୟ ରଞ୍ଜନ ପଟ୍ଟନାୟକ

ବିଜେଡି ରୁ ବିଦା ହେଲେ ସୁଧାଂଶୁ ପରିଡା ସୌମ୍ୟ ରଞ୍ଜନ ପଟ୍ଟନାୟକ

by Admin
0 comment

ନିରପେକ୍ଷ ବ୍ୟୁରୋ :ବଡ ଖବର ବିଜେଡିରୁ ବିଦା ହେଲେ ୨ ବିଧାୟକ । ସବୁ କଳ୍ପନା ଜଳ୍ପନା ଶେଷରେ ସତ ହୋଇଛି । ଯାହା ଅନୁମାନ କରାଯାଉଥିଲା ତାହା ହିଁ ବର୍ତ୍ତମାନ ଘଟି ଯାଇଛି । ବିଜେଡିରୁ ଦୁଇ ବିଧାୟକଙ୍କୁ ଦଳରୁ ବହିସ୍କାର କରାଯାଇଛି । ସୌମ୍ୟ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବିଦା କଲେ ସୁପ୍ରିମୋ । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବହିଷ୍କୃତ ହୋଇଛନ୍ତି ।

ଦୁର୍ନିତୀ ଅଭିଯୋଗରେ ୨ ବିଧାୟକଙ୍କୁ ବହିଷ୍କାର କରିଛନ୍ତି ସୁପ୍ରିମୋ । ବର୍ତ୍ତମାନର ଏ ହେଉଛି ସବୁ ଠୁ ବଡ ଖବର ଯାହାକୁ ନେଇ ରାଜନୀତି ମହଲରେ ଏକ ଦମ୍ ହଇଚଇ ସୃଷ୍ଟି ହୋଇଛି । ଦୁର୍ନୀତି ଛିଟା ଲଗାଇ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତେବେ ଆଗକୁ ଏହି ଘଟଣାରେ କଣ ପ୍ରତିକ୍ରିୟା ରଖୁଛନ୍ତି ଦୁଇ ବିଧାୟକ ଏହା ଉପରେ ସମସ୍ତଙ୍କ ନଜର ରହିଛି ।ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର । ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା ।

ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ବହିଷ୍କାର ହେଲେ ଖଣ୍ଡ ପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି । ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୌମ୍ୟ ନିଜର ଗଣମାଧ୍ୟମକୁ ଢ଼ାଲ କରି ବାରମ୍ବାର ମିଛ ଖବର ପ୍ରସାରଣ କରୁଥିଲେ ଦଳର ଅନ୍ୟ ବରିଷ୍ଠ ନେତା ମାନେ ପ୍ରକାଶ କରିଛନ୍ତି ।ଏପରିକି ବହୁ କର୍ମଚାରୀଙ୍କ ନାଁରେ ଲୋନ କରିଥିବାବେଳେ ଜନସାଧାରଣଙ୍କୁ ଠକୁଥିବା ଭଳି ସଙ୍ଗୀନ ଅଭିଯୋଗମାନ ତାଙ୍କ ନାଁରେ ଅଭିଯୋଗ ରହିଛି ।ତେବେ ଗତ କିଛି ଦିନ ତଳେ ବିଜେଡି ଉପସଭାପତି ତାଙ୍କୁ ହଟାଇ ଦିଆଯାଇଥିଲା ଆଜି ସମ୍ପୂର୍ଣ ଭାବେ ଦଳରୁ ବହିସ୍କୃସ କରାଯାଇ ଛି

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc