ନିରପେକ୍ଷ(ସମ୍ବଲପୁର) : ବାଦ୍ୟ ଗୀତର ତାଲେ ତାଲେ ଝୁମୁଛି ପଶ୍ଚିମ ଓଡ଼ିଶା । କାରଣ ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର । ମା ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ନୀତି ନିର୍ଘଣ୍ଟ ମୁତାବକ ମା’ଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହେବ । ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନୂଆଁ ଲାଗି ହେବାପରେ ୧୧୫ ପାର୍ଶ୍ବ ଦେବାଦେବୀଙ୍କ ନବାନ୍ନ ଲାଗି ହେବ । ନବାନ୍ନ ଲାଗି ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ । ଫଲସା, କୁରେଇ ଓ ରେଙ୍ଗାଳ ଗଛ ପତ୍ରରେ ନବାନ୍ନ ଲାଗିର ପରମ୍ପରା ରହିଛି । ମା ସମଲେଶ୍ବରୀଙ୍କ ନିକଟରେ ନୂଆଲାଗି ହେବା ପରେ ସମଲେଶ୍ବରୀ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।
