Home news ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

by Admin
0 comment

ନିରପେକ୍ଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୩ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ସଙ୍ଗଠନରୁ ରାଜନୀତି, ରାଜନୀତିରୁ ଶାସନଗାଦି, ଶାସନଗାଦିରୁ ସର୍ବୋଚ୍ଚ ଶାସନଗାଦି ଆଉ ସର୍ବୋଚ୍ଚ ଶାସନଗାଦିରୁ ପ୍ରଧାନ ସେବକର ଉତ୍ତର ଦାୟିତ୍ବ । ପ୍ରଧାନମନ୍ତ୍ରୀ ମୋଦିଙ୍କର ୭ ଦଶକରୁ ଅଧିକ ଆୟୁଯାତ୍ରାରେ ସାତରଙ୍ଗର ବିବିଧତା ଅଛି । ଆଉ ସାତସୁର ପରି ଜୀବନ ବି ରହିଛି । ୨୨ ବର୍ଷ ବିତିସାରିଛି । ସମ୍ବିଧାନ ସ୍ବୀକୃତ ମୁଖିଆ ଭାବେ ଦାୟିତ୍ବ ନିଭାଇବାରେ । ହେଲେ ଲକ୍ଷ୍ୟର ଯାତ୍ରା ଏବେ ବି ନିରନ୍ତର ଜାରି ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ଵିଟ୍ କରି ଲେଖିଛନ୍ତି, ବିଶ୍ଵର ସର୍ବାଧିକ ଲୋକପ୍ରିୟ ନେତା ଓ ସମସ୍ତଙ୍କ ପାଇଁ ପ୍ରେରଣାସ୍ରୋତ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ସେବା ଓ ସମର୍ପଣ ଦ୍ଵାରା ବିଗତ ୯ ବର୍ଷରେ ଦେଶବାସୀଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାକୁ ପୂରା ବିଶ୍ଵ ଅନୁଭବ କରିଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାଉ କାମନା ସହ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ସବୁବେଳେ ରହିବା ନେଇ ପ୍ରାର୍ଥନା କରିଛନ୍ତି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc