Home Breaking News ନଜର ପକାନ୍ତୁ ଆଜିର ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଆଜିର ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment


➡️୧-ସରିଲା ଜି-୨୦ ଶିଖର ସମ୍ମିଳନୀ, ବ୍ରାଜିଲ୍‌କୁ ଅଧ୍ୟକ୍ଷତା ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାବପ୍ରବଣ ହେଲେ ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡା ସିଲ୍‌ଭା l

➡️୨-ଶ୍ରୀମନ୍ଦିର ଭିତରେ ଅସମ୍ଭାଳ ଭିଡ଼, ଦର୍ଶନ ବେଳେ ଠେଲାପେଲାରେ ଭକ୍ତ ହେଲେ ଗୁରୁତର l ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

➡️୩-ଏଥର ଭସାଣିରେ ଡିଜେ ମନା । କଟକଣା ଲଗାଇଲେ କମିଶନରେଟ୍ ପୋଲିସ । ବିଭିନ୍ନ ପୂଜା କମିଟି ସହିତ ପୋଲିସର ଆଲୋଚନା । ପ୍ରତି ମଣ୍ଡପରେ ରହିବ ସିସିଟିଭି ସହ ନିର୍ବାପକ ବ୍ୟବସ୍ଥା l

➡️୪-ଆସୁଛି ଆଉ ଦୁଇଟି ଲଘୁଚାପ। ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗର‌ରେ ଦୁଇଟି ଲଘୁଚାପ କ୍ଷେତ୍ର ହେବ। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ।

➡️୫-ଶାରଦୀୟ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ କଟକ ମହାନଗରରେ ବସିଲା ଶାନ୍ତି କମିଟିର ବୈଠକ। ଏଥର ଦୁର୍ଗାପୂଜା ଅକ୍ଟୋବର ୨୦ ତାରିଖରୁ ଆରମ୍ଭ ହୋଇ୨୪ ତାରିଖରେ ହେବ ଶେଷ । ୨୫ ତାରିଖରେ ହେବ ଭସାଣି l

➡️୬-ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଆରମ୍ଭ ହେବ, ଡିସେମ୍ବର ସୁଦ୍ଧା ସରିବ କାର୍ଯ୍ୟ l

➡️୭-ମହାରାଷ୍ଟ୍ରର ଅହମଦ ନଗରସ୍ଥିତ ସ୍ନେହାଳୟ ସଂଗଠନ ତରଫରୁ ଆସନ୍ତା ୧୫ ତାରିଖରୁ ଶାନ୍ତି ବାର୍ତ୍ତା ନେଇ ସାଇକେଲ୍‌ରେ ବାଂଲାଦେଶ ଯିବେ ଦୁଇ ଓଡ଼ିଆ ଝିଅ l

➡️୮-ରାଜଧାନୀ ରାସ୍ତା ଉପରେ ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ରୋଡ୍ ରୋମିଓଙ୍କ ବିରୋଧରେ ଆକ୍ସନ ନେବାକୁ ଟ୍ରାଫିକ୍ ପୋଲିସର ଘନଘନ ଚେକିଂ । ଶହେରୁ ଅଧିକ ବୁଲେଟ୍ ହେଲା ସିଜ୍ l

➡️୯-କମ୍ପ୍ୟୁଟର ପାୱାର ପଏଣ୍ଟ ସଫ୍ଟୱେରର ସହ-ଆବିଷ୍କାରକ ଡେନିସ୍ ଅଷ୍ଟିନଙ୍କ ଆମେରିକାରେ ହେଲା ପରଲୋକ l ୭୬ ବର୍ଷ ବୟଷ୍କ ଅଷ୍ଟିନ ଫୁସଫୁସ୍ କ୍ୟାନସରରେ ପ୍ରାଣ ହରାଇଛନ୍ତି।

➡️୧୦-୩ଦିନରେ ୩୫୦କୋଟି ଆୟ କରି ରେକର୍ଡ ସୃଷ୍ଟି କଲା ଫିଲ୍ମ ‘ଯବାନ’ l ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି ହେଲା ଆକଳନ l

➡️୧୧-ରାଜ୍ୟରେ ଯକୃତ ଔଷଧ ଡିଫେଟେଲିୟୋ ଓ କ୍ୟାନସର (କର୍କଟ) ରୋଗୀ ପାଇଁ ବ୍ୟବହାର ହେଉଥିବା ଔଷଧ ଏଡ୍‌‌‌ସେଟ୍ରିସ୍‌ର ନକଲି ଔଷଧ ଦେଶରେ ବିକ୍ରି ହେଉଥିବା ନେଇ ସତର୍କ କଲା ଡିସିଜିଆଇ l ସବୁ ରାଜ୍ୟର ଔଷଧ ନିୟନ୍ତ୍ରକଙ୍କ ପାଖକୁ ଏକ ଚିଠି ଲେଖି ଡିସିଜିଆଇ ଜଣାଇଲେ l

➡️୧୨-ଭାରତକୁ ବିଶ୍ବବ୍ୟାଙ୍କ, ଇୟୁର ମିଳିଲା ପ୍ରଶଂସା, ୬ଜିରେ ଭାରତ-ଆମେରିକା ମିଳିମିଶି କାମ କରିବେ l

➡️୧୩-ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସର ବ୍ଲୁପ୍ରିଣ୍ଟ l ଭୋଟ୍‌ ହାତେଇବାକୁ ଆପଣାଇବେ ୫ଜି-ଫର୍ମୁଲା l

➡️୧୪-ବିମାନରେ ଟେକ୍‌ନିକାଲ ତ୍ରୁଟି ଯୋଗୁ ଯାଇପାରିଲେନି କାନାଡ଼ା ପ୍ରଧାନମନ୍ତ୍ରୀ l ବିମାନ ଠିକ୍ ନହେବା ପର୍ଯ୍ୟନ୍ତ ଟ୍ରୁଡୋ ଓ ତାଙ୍କ ଟିମ୍ ଭାରତରେ ରହିବେ।

➡️୧୫-ଚୀନର ମହତ୍ତ୍ୱାକାଂକ୍ଷୀ ଯୋଜନା ବେଲ୍ଟ ଆଣ୍ଡ୍ ରୋଡ୍‌ ଇନିସିଏଟିଭ୍(ବିଆର୍‌ଆଇ)ରୁ ଓହରି ଯାଇପାରେ ଇଟାଲୀ, ସଂକେତ ଦେଲେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ l

➡️୧୬-କରୋନା ଭାଇରସ ଔଷଧରେ ବଦଳି ଯାଉଛି ଆଖିର ରଙ୍ଗ, ନୂଆ ଭାରିଆଣ୍ଟକୁ ନେଇ ସତର୍କ କଲେ WHO l

➡️୧୭-ଚୀନର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି: ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ l ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁର ଦେବକ ବ୍ରିଜ୍ ରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ।

➡️୧୮-ବର୍ଷା ବିଗାଡିଲା ଭାରତ ବନାମ ପାକିସ୍ତାନ ମ୍ୟାଚ, ପାଗ ଭଲ ରହିଲେ ଆଜି ରିଜର୍ଭ ଡେ ରେ ପୁଣି ଖେଳାଯିବ ମ୍ୟାଚ l

➡️୧୯-ଆମେରିକାର କୋକୋ ଗୌଫ୍‌ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଏକକ ହେଲେ ଚମ୍ପିଆନ୍ l ଫାଇନାଲରେ ୧୯ ବର୍ଷ ବୟସ୍କା ଗୌଫ୍‌ ୨ୟ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ କଡ଼ା ମୁକାବିଲା ପରେ ୨-୬, ୬-୩, ୬-୨ ସେଟ୍‌ରେ କଲେ ପରାସ୍ତ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc