ମଝି ଆକାଶରେ ଉଡନ୍ତା ବିମାନରେ ଖେଳି ଗଲା ଆତଙ୍କ । ଯାତ୍ରୀ ମାନେ ଭୟରେ ଥରି ବାକୁ ଲାଗିଲେ । କିଏ ଭଗବାନଙ୍କୁ ଡାକିଲେ ତ ଆଉ କିଏ କାନ୍ଦିବାକୁ ଲାଗିଲେ । କାରଣ ବିମାନରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି । ହଁ ଦର୍ଶକ ବନ୍ଧୁ ସମସ୍ତେ ଚାହାନ୍ତି ଜୀବନରେ ଥରେ ବିମାନରେ ବସି ଯାତ୍ରା କରିବାକୁ । ଆକାଶର ଦୃଶ୍ୟକୁ ମନ ଭରି ଉପଭୋଗ କରିବାକୁ ଆଉ ନିଜ ଗନ୍ତବ୍ୟ ସ୍ଥଳରେ ତୁରନ୍ତ ପହଞ୍ଚି ଯିବାକୁ । ହେଲେ ଯେତେବେଳେ ଆପଣ ବିମାନରେ ବସିଥିବେ ଆଉ ବିମାନ ଉଡାଣ ଭରିବା ସମୟରେ ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୁଏ ତାହାଲେ ଭାବନ୍ତୁ କିପରି ଆପଣ ଭୟରେ ଥରି ଉଠିବେ । ତେବେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବିମାନରେ ଘଟିଥିଲା ଏପରି କିଛି । ମଝି ଆକାଶରେ ବିମାନ ଭିତରେ ଖେଳି ଯାଇଥିଲା କୋକୁଆ ଭୟ । ଉଡ଼ନ୍ତା ବିମାନରେ ପକ୍ଷୀ ପିଟି ହେବାରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଯାଉଥିବା ବିମାନ ମଝିଆକାଶରୁ ଭୁବନେଶ୍ୱରକୁ ଫେରିଆସିଛି । ବିମାନରେ ପକ୍ଷୀ ପିଟି ହେବା ପରେ ବାମ ପାଶ୍ୱର୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ପାଇଲଟ୍ ବିମାନକୁ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରି ଅବତରଣ କରାଇଛନ୍ତି । ତେବେ ଏହି ଘଟଣା ଆଜି ସକାଳେ ହିଁ ଘଟିଛି । ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ୧୮୦ ଜଣ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ନେଇ ଦିଲ୍ଲୀ ବାହାରିଥିଲା ଇଣ୍ଡିଗୋ ବିମାନ ୬ଇ-୨୦୬୫ । ହେଲେ ୨୫ ମିନିଟ ପରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି ଫଳରେ ବିମାନ ଟି ଫେରି ଆସିଥିଲା ।
ମଝି ଆକାଶରେ ବିମାନ ଭିତରେ ଲୋକେ ଡାକିଲେ ଭଗବାନଙ୍କୁ ।
previous post