ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ ଭୁବନେଶ୍ୱର । ୨୧ମିନିଟରେ ୬ହଜାର ୯ଶହ ଥର ମାରିଲା ବିଜୁଳି ଘଡ଼ଘଡ଼ି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଲହଡି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । କିଛି ସମୟ ପାଇଁ ଯାତାୟତ ହୋଇଯାଇଥିଲା ସମ୍ପୂର୍ଣ୍ଣ ଠପ୍ । ୨ଘଣ୍ଟାରୁ ଅଧିକ ସମୟ ହେଲା ବର୍ଷା ଲାଗିରହିଥିବା ବେଳେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି । ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ । ଅନ୍ୟପଟେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତା ୩ଘଣ୍ଟା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏପଟେ ପ୍ରବଳ ବର୍ଷାରେ ରାଜଧାନୀର ବିଭିନ୍ନ ଅଞ୍ଚଳ ହୋଇଛି ଜଳମଗ୍ନ । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର ବୁଡି ଯାଇଥିବା ଦେଖିବାକୁ ମିଳିଛି ।
previous post