ଚନ୍ଦ୍ରଅଭିଯାନର ସଫଳତା ପରେ ଏବେ ଆରମ୍ଭ ହୋଇଛି ସୂର୍ଯ୍ୟ ମିଶନ୍ । ଦୀର୍ଘ ପ୍ରତୀକ୍ଷାର ଘଟିଛି ଅବସାନ । ଶେଷର ଭାରତ ସୂର୍ଯ୍ୟଙ୍କ ପାଖକୁ ପଠାଇଛି ଆଦିତ୍ୟ ଏଲ-୧ । ସେହିପରି ଭାରତର ଏହା ହେଉଛି ପ୍ରଥମ ସୂର୍ଯ୍ୟ ଅଭିଯାନ । ସୂର୍ଯ୍ୟଙ୍କ ରହସ୍ୟଭେଦ କରିବାକୁ ବାହାରିଛି ଆଦିତ୍ୟ ଏଲ-୧ । ସୌରପୃଷ୍ଠରେ ପାଦ ଥାପିବାକୁ ଆଦିତ୍ୟ ଏଲ-୧କୁ ଲାଗିବ ପ୍ରାୟ ୪ମାସ ସମୟ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଜି ଆଦିତ୍ୟ ଏଲ-୧କୁ ଦିନ ୧୧ଟା ୫୦ ମିନିଟରେ ମହାକାଶକୁ ଉତକ୍ଷେପଣ କରାଯାଇଛି । ହେଲେ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କ ପାଖକୁ ଯାଇପାରିବନି । ସୂର୍ଯ୍ୟଠାରୁ ୧୪କୋଟି ୮୫ଲକ୍ଷ କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଂ କରିବ ଆଦିତ୍ୟ ଏଲ-୧ । ସେହିପରି ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡବ ଆଦିତ୍ୟ ଏଲ-୧କୁ । ଯେଉଁଥିପାଇଁ ଲାଗିବ ପ୍ରାୟ ୪ମାସ । ଆଦିତ୍ୟ ସାଟେଲାଇଟକୁ ଏଲ-୧ ପଏଣ୍ଟ୍ ରେ ଅବସ୍ଥାପିତ କରିବ ଇସ୍ରୋ । ଏହି ଆଦିିତ୍ୟ ଏଲ-୧ ମହାକାଶଯାନକୁ ସୌର କୋରନୋ ଏବଂ ଏଲ-୧ର ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯାନରେ ଓଡ଼ିଶାର ବି ରହିଛି ଅନେକ ଅବଦାନ । କାରଣ ଓଡ଼ିଶାରୁ ପଠାଯାଇଥିବା ଅନେକ ଯନ୍ତ୍ରପାତି ଫିଟ୍ ହୋଇଛି ଆଦିତ୍ୟ ଏଲ-୧ରେ । ଏହା ଲଙ୍ଗରେଜ୍ ପଏଣ୍ଟ୍ ରେ ରହି ସୌର ପ୍ରବାହର ଅନୁଧ୍ୟାନ କରିବ ଆଦିତ୍ୟ ଏଲ ୱାନ୍ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟ ଏକ ସ୍ଥାନ ଲାଙ୍ଗରେଜ୍ ପଏଣ୍ଟ୍ ଯାହା ପୃଥିବୀଠାରୁ ରହିଛି ୧୫ଲକ୍ଷ କିଲୋମିଟର ଦୂରରେ । ଏହି ପଏଣ୍ଟ୍ ରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ପ୍ରାୟ ସମାନ । ସେହିପରି ଲଙ୍ଗରେଜ୍ ପଏଣ୍ଟ୍ ରେ ଗ୍ରହଣର କୌଣସି ପ୍ରଭାବ ବି ପଡ଼ିନଥାଏ । ତେଣୁ ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ବି ଦେଖିହେବ । ସେହିପରି ଆଦିତ୍ୟ ଏଲ-୧ ମିଶନର ମୂଳଲକ୍ଷ୍ୟ ରହିଛି ଏଲ-୧ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବା । ଆଦିତ୍ୟ ମିଶନ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେଇ ବାହାରିଥିବା ବେଳେ ଏଥିରେ ଫଟୋଗ୍ରାଫି, କ୍ରୋମୋସ୍ଫିୟର ଏବଂ ସୂର୍ଯ୍ୟର ସବୁଠୁ ବାହ୍ୟସ୍ତର କୋରନୋକୁ ବିଭିନ୍ନ ୱେଭ ବ୍ୟାଣ୍ଡରେ ନିରୀକ୍ଷଣ ସହାୟକ ହେବ । ମୋଟ୍ ୭ଟି ପେ ଲୋଡ୍ ମଧ୍ୟରୁ ୪ଟି ପେ ଲୋଡ୍ ସୂର୍ଯଙ୍କ ରଶ୍ମି ସମ୍ପର୍କରେ କରିବ ଗବେଷଣା । ଠିକ୍ ସେମିତି ଆଉ ୩ଟି ପେଲୋଡ୍ ପ୍ଲାଜମା ଏବଂ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ତଥ୍ୟ ହାସଲ ପାଇଁ କାର୍ଯ୍ୟ କରିବ । ତେବେ ଏହି ପେଲୋଡ୍ ମଧ୍ୟରେ ଡିଇଏଲସି କୋର୍ଣ୍ଣୋଗ୍ରାପ୍ ଭଳି ସର୍ବବୃହତ ପେଲୋଡ୍ ରହିଛି । ଏହି ଅଭିଯାନରେ ଇଣ୍ଡିଆନ ଇନଷ୍ଟିଚ୍ୟୁତ୍ ଅଫ୍ ଆଷ୍ଟ୍ରୋଫିଜିକ୍ସର ବୈଜ୍ଞାନିକମାନେ ଇସ୍ରୋ ବୈଜ୍ଞାନିକଙ୍କ ସହ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ମହାକାଶଯାନ ବାଙ୍ଗାଲୋର ସ୍ଥିତ ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ପ୍ରସ୍ତୁତ କରାଯାଇଛି । ଏବେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ ହାସଲ କରିଥିବା ବେଳେ ଆଦିତ୍ୟ ଏଲ-୧ ବି ସୂର୍ଯ୍ୟପୃଷ୍ଠରେ ଲୁଚିରହିଥିବା ଅନେକ ରହସ୍ୟ ଖୋଲିପାରିବ ବୋଲି ଆଶାବାଦୀ ଅଛନ୍ତି ଇସ୍ରୋର ବୈଜ୍ଞାନିକମାନେ ।
ଚନ୍ଦ୍ରପୃଷ୍ଠ ପରେ ଏବେ ସୂର୍ଯ୍ୟ ମିଶନ
previous post