Home Breaking News ନଜର ପକାନ୍ତୁ ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ରାଖି ପ୍ରସ୍ତୁତ l ଦୁଇ ଭାଇଙ୍କୁ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା l

➡️୨-ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି, ଲଞ୍ଚ୍ ପ୍ୟାଡ୍ ରେ ତୟାର ବିଶାଳ PSLV ରକେଟ୍ l ସେପ୍ଟେମ୍ବର ୨ ତାରିଖ ସକାଳ ୧୧ଟା ୫୦ରେ ଆଦିତ୍ୟ ଏଲ-୧ର ହେବ ଉତକ୍ଷେପଣ l

➡️୩-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜି ଉଡ଼ିବ ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିବେ l

➡️୪-ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ l ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ ଅନୁସାରେ ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ଚାଉଳ ଦିଆଯିବା ସହ ରୋଷେଇ ବାବଦ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠେଇବା ପ୍ରକ୍ରିୟା ହେଲା ଆରମ୍ଭ l

➡️୫-ମୋଦୀଙ୍କ ଯୋଗୁଁ ବିଶ୍ୱ ଦରବାରରେ ବଢୁଛି ଭାରତର ପ୍ରଭାବ । ୬୮% ଭାରତୀୟ, ୨୮% ବିଦେଶୀଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ l ଭାରତ ଉପରେ ସବୁଠୁ ଅଧିକ ବିଶ୍ୱାସ କରୁଥିବା ଦେଶ ହେଉଛି ଇସ୍ରାଏଲ ।

➡️୬-ସେପ୍ଟେମ୍ବର ୧୧ରୁ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ରୁ ବସ୍‌‌ ଚଳାଚଳ ହେବ ଆରମ୍ଭ l ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ, ଅନୁଗୋଳ, ସମ୍ବଲପୁର ଏବଂ ରାଉରକେଲାକୁ ସିଏନବିଟିରୁ ବସ୍‌‌ ରହଣି ସହ ଯାତାୟାତ କରିବ।

➡️୭-ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ,ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା 2 ତାରିଖରେ ରାଜ୍ୟରେ ବର୍ଷା ଆରମ୍ଭ ହେବ।

➡️୮-IIIT ଭାଗଲପୁର ରିସର୍ଚ୍ଚର ପ୍ରସ୍ତୁତ କଲେ ଏକ ସ୍ପେଶାଲ ‘ଆପ୍’: ଏଣିକି ଘରେ ବସି ମୋବାଇଲରେ କରିପାରିବେ ‘TB’ ପରୀକ୍ଷା l ରୋଗୀମାନେ ନିଜର ଛାତିର ଏକ୍ସରେ ଫଟୋକୁ ଲଗାଇ ଟିବିକୁ ଚିହ୍ନଟ କରିପାରିବେ । ଆଇସିଏମଆର ପକ୍ଷରୁ ସାର୍ଟିଫିକେଟ ମିଳିବା ପରେ ଏହି ଆପକୁ ସର୍ବସାଧାରଣଙ୍କ ପାଇଁ ଲଞ୍ଚ କରଯିବ ।

➡️୯-ଆଜିଠାରୁ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍ ସେବା ହେବ ସ୍ୱାଭାବିକ l

➡️୧୦-ଭୁବନେଶ୍ୱର ବିମାନବନ୍ଦରରେ ଚାଲୁହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଏକ୍ସପେରିମେଣ୍ଟାଲ ଅତ୍ୟାଧୁନିକ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର । ଏଣିକି ଜିରୋ ଭିଜିବିଲିଟିରେ ବିମାନକୁ କରିହେବ ଟ୍ରାକ୍ l

➡️୧୧-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟରେ ହେଲା ବିସ୍ଫୋରଣ l ୬ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର l

➡️୧୨-ଫିଲ୍ମ ‘ଯବାନ’ ରିଲିଜ୍‌ ହେବା ଆଗରୁ ବୈଷ୍ଣୋ ଦେବୀ ମନ୍ଦିରକୁ ଯାଇ ପ୍ରାର୍ଥନା କଲେ ଶାହରୁଖ୍‌ ଖାନ୍‌ l ଆଜି ଦୁବାଇର ବୁର୍ଜ ଖଲିଫାରେ ରିଲିଜ୍ ହେବ ଫିଲ୍ମ ଯବାନର ଟ୍ରେଲର l ସେହିପରି ଆଗାମୀ ୭ ତାରିଖରେ ହେବ ଫିଲ୍ମ ‘ଯବାନ’ ର ରିଲିଜ୍‌ l

➡️୧୩-ରାୟଗଡ଼ାରୁ ଉଠାଇନେଲେ, ବ୍ରହ୍ମପୁର ଘରେ ଆଣି ଛାଡ଼ିଲେ । ପ୍ରାୟ ୬ ଘଣ୍ଟା ଧରି କାହିଁକି ଓ କିଏ ଗାଏବ କଲା ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ? ୨୪ ଘଣ୍ଟା ବିତିଲା, ହେଲେ ଏବେ ସୁଦ୍ଧା ସସପେନ୍ସ ଉପରୁ ହଟୁନି ପରଦା।

➡️୧୪-ଗୁଳି କରି ଇ-କମର୍ସ ଜାଏଣ୍ଟ ଆମାଜନରେ କାର୍ଯ୍ୟଋତ ସିନିୟର ମ୍ୟାନେଜରଙ୍କୁ ବିଳମ୍ବିତ ରାତିରେ ଗୁଳି କରି କରାଗଲା ହତ୍ୟା l ମର୍ଡର ପଛରେ ‘ଡନ୍‌’ ହେବାର ଲକ୍ଷ୍ୟ l

➡️୧୫-ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଆପର ଦାବି, କେଜ୍ରିୱାଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ l ଆଜି ଏବଂ ଆସନ୍ତାକାଲି ମୁମ୍ବାଇରେ ଦୁଇଦିନ ହେବ ଇଣ୍ଡିଆ ମେଣ୍ଟର ବୈଠକ l

➡️୧୬-ଅକ୍ଟୋବର ୨ ରେ ଲଞ୍ଚ ହେବ ୧୧ ମାସ ଧରି ବିହାରର ଗାଁ ଗାଁ ବୁଲି ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦଳ, ୨୦ଟି ଆସନରେ ଲଢ଼ିପାରନ୍ତି ନିର୍ବାଚନ l

➡️୧୭-ସାଟେଲାଇଟ ଫଟୋରେ ଧରାପଡିଲା ଚୀନର ମିଛ । ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ନିର୍ମାଣ କରୁଛି ଚୋରା ସୁଡ଼ଙ୍ଗ (ବଙ୍କର ) l ଅକ୍ସାସାଇ ଚୀନ ନିକଟରେ ଡ୍ରାଗନ ସେନା ବଙ୍କର କରୁଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲା l

➡️୧୮-ସାଇଫର୍‌’ ମାମଲାରେ ରିମାଣ୍ଡ୍‌ ମିଆଦ ବଢ଼ାଯିବାରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଇମ୍ରାନ୍‌ ଖାଁ l

➡️୧୯-ଜନସଂଖ୍ୟାକୁ ନେଇ ଚିନ୍ତାରେ ବେଜିଂ; ଏଣିକି ଶୀଘ୍ର ବିବାହ କରି ସନ୍ତାନ ଜନ୍ମ କଲେ ମିଳିବ ପୁରସ୍କାର l ୨୫ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଯୁବକ ଯୁବତୀ ବିବାହ କଲେ ତାଙ୍କୁ ୧୦୦୦ ୟୁୟାନ ବା ୧୩୭ ଡଲାର ଉପହାର ଦେବାକୁ ଚୀନ ସରକାର କଲେ ଘୋଷଣା ।

➡️୨୦-ଆମେରିକାର ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ଼, ପ୍ରବଳ ବର୍ଷା ଓ ପବନ ଯୋଗୁଁ ୮୫୦ରୁ ଅଧିକ ବିମାନ ଉଡ଼ାଣ ହେଲା ବାତିଲ l

➡️୨୧-ଏସିଆ କପ୍ : ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ l

➡️୨୨-ଦିନିକିଆରେ ବାବର ଆଜମଙ୍କ ନୂଆ ରେକର୍ଡ, ମାତ୍ର ୧୦୨ ଦିନିକିଆ ମ୍ୟାଚ୍ ଖେଳି ୧୯ଟି ସେଞ୍ଚୁରୀ ମାରି ତାଲିକାର ଟପ୍‌ରେ ଅଛନ୍ତି ଗ୍ରୀନ୍‌ ଆର୍ମିର ବାବର ଆଜମ। ତଳକୁ ଖସିଲେ ବିରାଟ l

➡️୨୩-କିକ୍ ବକ୍ସିଂ କ୍ଷେତ୍ରରେ ସ୍ୱର୍ଣ୍ଣ ପଦକ ପାଇ ଜାତୀୟ ସ୍ତରକୁ ମନୋନୀତ ହେଲେ ନୀଳଗିରି ଅଞ୍ଚଳର ଜ୍ୟୋତ…

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc