ଢେଙ୍କାନାଳ : କମ୍ପାନୀ ଭିତରେ ଚାଷ କଲେ ଜମିହରା ପ୍ରଜା । କ୍ଷତିଗ୍ରସ୍ତ ଗ୍ରାମବାସୀ ହରାଇଥିବା ଜମିର ଉଚିତ୍ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗରେ କମ୍ପାନୀ ପରିସରରେ ଆଜି ମାଣ୍ଡିଆ, କୋଳଥ, ମେଥିମୁଗ ଆଦି ବୁଣିଛନ୍ତି। ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ଅଞ୍ଚଳରେ ଥିବା ଲାନକୋ କମ୍ପାନୀ ଅଧିକୃତ ଜମିରେ ଆଜି ଏକତ୍ରିତ ହେଲେ ଦୁଇ ଗାଁର ଜମିହରା ପ୍ରଜା । ଯଦିଓ ଏବେ ସେଠାରେ ଆଉ କମ୍ପାନୀ କାର୍ଯ୍ୟକ୍ଷମ ନାହିଁ ଓ ଲାନକୋ କମ୍ପାନୀ ବିକ୍ରି ହୋଇସାରିଛି ତଥାପି କମ୍ପାନୀ କର୍ତ୍ତୃପକ୍ଷ ଜମି ଗୁଡ଼ିକୁ ଶାଗ ମାଛ ଦରରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।
![](https://www.nirapekshya.com/wp-content/uploads/2023/08/gu-mi-f-ukf.jpg)