ନିରପେକ୍ଷ(ନୂଆଦିଲ୍ଲୀ) ୩୦।୮: ପ୍ରଦୂଷିତ ପରିବେଶ ପାଇଁ ଜଳବାୟୁ ପରିବର୍ତ୍ତନ ଘଟୁଛି । ଯାହାଫଳେ ରେ ବର୍ତ୍ତମାନ ବିଶ୍ୱ ଏକ ସଙ୍କଟ ଦେଇ ଗତି କରୁଛି।ଆଉ ପରିବର୍ତ୍ତୀତ ଜଳବାୟୁ ଦ୍ୱାରା ମନୁଷ୍ୟ ଅବା ପଶୁ ପକ୍ଷୀ ନାନା ସମସ୍ୟ ଦେଇ ଗତି କରୁଛନ୍ତି ତେବେ ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ବିଶ୍ୱ ତାପମାତ୍ରାରେ ଯଦି ଦୁଇ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ୧୦୦କୋଟି ଲୋକ ଅକାଳରେ ମୃତ୍ୟୁବରଣ କରିବେ। ୪୦ଶତକଡାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ତୈଳ ଏବଂ ଗ୍ୟାସ ଶିଳ୍ପ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଦାୟୀ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।ଏଥିଯୋଗୁ ଦୁନିଆର କୋଟି କୋଟି ଲୋକ ପ୍ରଭାବିତ ହେଉଛନ୍ତି।
