ନିରପେକ୍ଷ(ନୂଆଦିଲ୍ଲୀ) : ପାଖେଇ ଆସୁଛି ନିର୍ଵାଚନ। ଆଉ ମାତ୍ର ଅଳ୍ପ ଦିନ ବାକି ତେବେ ଏହାରି ଭିତରେ ଆରମ୍ଭ ହେଲାଣି ନିର୍ଵାଚନ ପାଇଁ ସଜବାଜ।ତେବେ ବିଜେପିକୁ ଚେକ୍ ଦେବାକୁ ବିରୋଧୀ ଗୋଟିଏ ଛାତ ତଳେ ଏକାଠି ହେବାକୁ ଚଲାଇଥିବା ଉଦ୍ୟମକୁ ଲାଗିଛି ଝଟକା । ଏହି ମେଣ୍ଟରେ ନ ରହି ୨୦୨୪ ନିର୍ବାଚନ ଏକା ଲଢ଼ିବାକୁ ବିଏସପି ସୁପ୍ରିମୋ ମାୟାବତୀ ନେଇଛନ୍ତି ନିଷ୍ପତ୍ତି । ଟ୍ବିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି ମାୟାବତୀ ।

ଅନୁମାନ କରାଯାଉଥିଲା ବିଏସପି ଇଣ୍ଡିଆ ମେଣ୍ଟରେ ସାମିଲ ହେବ । ଏଥିପାଇଁ ଉଦ୍ୟମ ଜାରି ରହିଥିଲା । ହେଲେ ଟ୍ବିଟ କରି ମାୟାବତୀ ଏମିତି ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । ଟ୍ବିଟରରେ ପୋଷ୍ଟ କରି ସେ ଉଲ୍ଲେଖ କରିଛନ୍ତି, ‘ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଗରିବ ବିରୋଧୀ । ଏହାସହ ଏହା ଜାତିବାଦ ଓ ପୁଞ୍ଜିବାଦ ନେତାଙ୍କ ଦଳ । ଏମିତି ନେତାଙ୍କ ବିରୋଧରେ ବିଏସପି ଲଢ଼େଇ କରୁଛି । ଏମିତି ସ୍ଥିତିରେ ଏହି ମେଣ୍ଟରେ ରହି ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନି ।’
