Home Crime ସାବଧାନ ! ରେଲୱେ ର କ୍ଷତି ଘଟାଇଲେ ୧୦ବର୍ଷ ଜେଲ୍‌ ଦଣ୍ଡ

ସାବଧାନ ! ରେଲୱେ ର କ୍ଷତି ଘଟାଇଲେ ୧୦ବର୍ଷ ଜେଲ୍‌ ଦଣ୍ଡ

by Admin
0 comment

ନିରପେକ୍ଷ(ନୂଆଦିଲ୍ଲୀ) ୩୦।୮: ସାବଧାନ ଏଥର ଆଉ ନିସ୍ତାର ନାହିଁ । ଏଥର ଆଉ ତ୍ରାହି ମିଳିବ ନାହିଁ ସିଧା ଯିବେ ଜେଲ।ତେବେ ଏହାରି ଭିତରେ ଏକ ବଡ ଖବର ସାମନାକୁ ଆସିଛି ,ତେବେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଉତ୍ତର ମଧ୍ୟ ରେଲଓ୍ବେ ଯାତାୟାତ ନିୟନ୍ତ୍ରଣ ଓ ମଧ୍ୟ ତଥା ପଶ୍ଚିମ ରେଲଓ୍ବେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମକୁ ସଂରକ୍ଷିତ ଘୋଷଣା କରିଛନ୍ତି। ଆଇଟି ଆକ୍ଟ ଅନୁଯାୟୀ, ଏକ ସଂରକ୍ଷିତ ସିଷ୍ଟମ ହେଉଛି କମ୍ପ୍ୟୁଟର ଉତ୍ସ ଯାହା ଅକ୍ଷମ କିମ୍ବା ତ୍ରୁଟିପୂର୍ଣ୍ଣମ।ତେବେ ଜାତୀୟ ସୁରକ୍ଷା, ଅର୍ଥନୀତି, ଜନସ୍ବାସ୍ଥ୍ୟ ଏବଂ ନିରାପତ୍ତା ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇପାରେ।

ନୂତନ ନିୟମ ଅନୁଯାୟୀ, ଆଇଟି ଆକ୍ଟର ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ। ତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇପାରେ।ରେଲଓ୍ବେ ବୋର୍ଡ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଦକ୍ଷିଣ ମଧ୍ୟ ରେଲଓ୍ବେର ଟ୍ରେନ ଧକ୍କା ଏଡାଇବା ସିଷ୍ଟମ କବଚକୁ ମଧ୍ୟ ଆଇଟି ଅଧିନିୟମ ଅନୁଯାୟୀ ସଂରକ୍ଷିତ ବ୍ୟବସ୍ଥା ଭାବରେ ଘୋଷଣା କରାଯାଇଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc