Home Breaking News ନଜର ପକାନ୍ତୁ ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ପ୍ରଧାନମନ୍ତ୍ରୀଙ୍କ ରକ୍ଷାବନ୍ଧନ ଉପହାର, ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ।

୨-କଟକ:୧୧ରୁ ପରୀକ୍ଷାମୂଳକ ଭାବେ ନେତାଜୀ ଟର୍ମିନାଲରୁ ବସ୍ ଗଢ଼ିବ।

୩-ଭୁବନେଶ୍ୱର: ହାଉସ୍ ସର୍ଜନଙ୍କ ୫୦% ଷ୍ଟାଇପେଣ୍ଡ ବୃଦ୍ଧି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।

୪-ଦଶମ ପରୀକ୍ଷା ୨୦୨୫ ପାଇଁ ସେପ୍ଟେମ୍ବର ୨କୁ ବଢ଼ିଲା ପଞ୍ଜିକରଣ ଅବଧି।

୫-ବାଳକାଟି: ରାଜଧାନୀରେ ଖଣ୍ଡା ବୁଲିବା ଘଟଣା; ମୁହାଁ ମୁହିଁ ହୋଇଥିଲେ ଦୁଇ ପେଷାଦାର ଅପରାଧୀ ଗୋଷ୍ଠୀ,ଦୁଇଟି ମାମଲା ରୁଜୁ,୪ ଅଟକ।

୬-କୋରାପୁଟର ବାଜରାରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରକୁ ନେବାକୁ ପଡିବ: ଧର୍ମେନ୍ଦ୍ର ପ୍ରଧାନ।

୭-ଆସନ୍ତା ୧୩ରେ ଆସିବେ ଇସିଆଇ ଅଧିକାରୀ : ରାଜ୍ୟର ସମସ୍ତ ଜିଲାପାଳଙ୍କ ସହିତ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

୮-କଟକ : ଅକ୍ଟୋବର ୧୫(ରବିବାର)ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା; ଓପିଏସ୍‌ସି ପକ୍ଷରୁ ସୂଚନା ଜାରି।

୯-ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ଆସନ୍ତା ୧୧ ତାରିଖରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ।

୧୦-ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ଛାତ୍ରଙ୍କ ବିରୋଧରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ।

୧୧-ଟିକସ ଫାଙ୍କିବା ଅଭିଯୋଗରେ ବୌଦ୍ଧ ସହରସ୍ଥିତ ବଂଶଲ ଟ୍ରେଡସରେ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ।

୧୨-ବ୍ରହ୍ମପୁର:ଭାରି ପଡ଼ିଲା ଲାଞ୍ଚ ନେବା, ୩ ଲାଞ୍ଚୁଆ ଅଫିସରଙ୍କୁ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ।

୧୩-ଭଦ୍ରକ:ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା।

୧୪-ଭୁବନେଶ୍ୱର:ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ, ଉପାସରେ ମହାପ୍ରଭୁ ଲିଙ୍ଗରାଜ, ବନ୍ଦ ରହିଛି ନୀତିକାନ୍ତି।

୧୫-ଅନୁଗୋଳ:ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର।

୧୬-ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ପୁଣି ବାଲି କଢା ଆରମ୍ଭ, ୫ ମାସ ପରେ ପୁଣି ଚାଲିଛି କାମ।

୧୭-ବଲାଙ୍ଗୀର : ସିନ୍ଧେକେଲାରେ ଡାଇରିଆ ଆତଙ୍କ, ଭୁବନେଶ୍ବରରୁ ଗଲେ ଦୁଇ ଜଣିଆ ଡାକ୍ତରୀ ଦଳ।

୧୮-ଇଣ୍ଡାେନେସିଆରେ ଭୂକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ ହୋଇଥିବା ସୂଚନା।

୧୯-ଡ୍ରାଗନର ଡ୍ରାମା: ଅରୁଣାଚଳ ପ୍ରଦେଶକୁ ନିଜର ଦାବି କଲା ଚୀନ୍।

୨୦-ବୁଧବାରଠୁ ଶ୍ରୀଲଙ୍କାରେ ଆରମ୍ଭ ହେବ ଏସିଆ କପ୍ ଲଢେଇ । ୬ଟି ଟିମ୍ ମଧ୍ୟରେ ଖେଳାଯିବ ମୋଟ ୧୩ଟି ମ୍ୟାଚ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc