ନିରପେକ୍ଷ(ନୂଆଦିଲ୍ଲୀ): ଲୁଚକାଳି ଖେଳୁଛି ମୌସୁମୀ। କେତେ ବେଳେ ଦୁର୍ବଳ ତ ପୁଣି କେବେ ସକ୍ରିୟ ।ତେବେ ଇତି ମଧ୍ୟରେ ଓଡ଼ିଶାରେ ଦୁର୍ବଳ ରହିଛି ମୌସୁମି । ଆଗାମୀ ୪ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ଏନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ଦେଖିବକୁ ମିଳିଛି । ନବରଙ୍ଗପୁର ତେନ୍ତୁଲିଖୁଣ୍ଟିରେ ସର୍ବାଧିକ 22ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଜୟପୁର ଓ କୋରାପୁଟରେ 18.6 ମିମି ବର୍ଷା ରେକର୍ଡ ହୋଇଛି ।
