ନିରପେକ୍ଷ(ବେଜିଂ) ୨୯।୮: କମୁଛି ଜନସଂଖ୍ୟା ଚିନ୍ତାରେ ସରକାର। ଆଉ ଜନସଂଖ୍ୟା ବୃଦ୍ଧି ପାଇଁ ନୂଆ ଉପାୟ ଆପଣେଇଛନ୍ତି ଚାଇନା ସରକାର ।ଚାଇନାରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ବଢୁଥିବା ବେଳେ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୁବପିଡିଙ୍କୁ ବିବାହ କରିବାକୁ ନେଇ ପ୍ରୋତ୍ସାହିତ କରିବା ପାଇଁ ଚାଇନା ସରକାର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରକୃତରେ, ପୂର୍ବ ଚାଇନାରେ ସରକାର ୨୫ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଦମ୍ପତିଙ୍କୁ ବିବାହ ପାଇଁ ୧୦୦ ୟୁଆନ (୧୩୭ ଡଲାର) ପ୍ରଦାନ କରିବେ।

ତେବେ ଚାଙ୍ଗଶନ ଜିଲାର ଅଫିସିଆଲ ଉଇଚାର୍ଟ ଆକାଉଣ୍ଟରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ, ସଠିକ୍ ବୟସରେ ବିବାହ ଏବଂ ସନ୍ତାନ ପ୍ରସବ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଛଅ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ହ୍ରାସ ପାଉଥିବା ଜନସଂଖ୍ୟା ଏବଂ ଦ୍ରୁତ ବୃଦ୍ଧାବସ୍ଥା ଜନସଂଖ୍ୟା ଚାଇନା ପାଇଁ ଚିନ୍ତାର ବିଷୟ ପାଲଟିଛି।
