Home Crime ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ମାମଲା ;ଇଡି ଅଧିକାରୀ ଙ୍କୁ ଗିରଫ କରିଛି ସିବିଆଇ

ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ମାମଲା ;ଇଡି ଅଧିକାରୀ ଙ୍କୁ ଗିରଫ କରିଛି ସିବିଆଇ

by Admin
0 comment

ନିରପେକ୍ଷ(ନୂଆଦିଲ୍ଲୀ) : ବାଡ ଯେବେ ଫସଲ ଖାଏ ତେବେ ସୁରକ୍ଷା ଦେବ କିଏ । ଏଘଟଣା ସମସ୍ତଙ୍କୁ କିମ୍ବୁତ କିମିଆ କରିବ ଜଣେ ଅଧିକାରୀଙ୍କୁ ବାନ୍ଧୁଛନ୍ତି ଆଉ ଜଣେ ଅଧିକାରୀ । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ନାଟକୀୟ ମୋଡ ସାମ୍ନା କୁ ଆସିଛି । ଘଟଣା କ୍ରମେ ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ନେବା ମାମଲାରେ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ ଖତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କଠାରୁ ସେ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପଓ୍ବନ ଖେତ୍ରୀଙ୍କୁ ସିବିଆଇ ଗିରଫ କରିଛି ।

ତେବେ ଏୟାର ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ଦୀପକ ସାଙ୍ଗୱାନ, କ୍ଲେରିଜେସ ହୋଟେଲ୍ସ ଆଣ୍ଡ ରିସୋର୍ଟ୍ସର ସିଇଓ ବିକ୍ରମାଦିତ୍ୟ, ଚାର୍ଟାଡ ଆକାଉଣ୍ଟ ପ୍ରବୀଣ କୁମାର ବତ୍ସ ଓ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ସିବିଆଇ ହେପାଜତକୁ ନେଇଛି । ଦିଲ୍ଲୀ ବିବାଦୀୟ ମଦ ନୀତି ମାମଲାରେ ଅମନଦୀପ ଓ ଅନ୍ୟଜଣେ ଅଭିଯୁକ୍ତଙ୍କୁ ସହଯୋଗ କରିବାକୁ ୫କୋଟି ଟଙ୍କା ଲାଞ୍ଚ ନେଇଥିଲେ ଇଡି ଆସିଷ୍ଟାଣ୍ଟ ଡାଇରେକ୍ଟର ପଓ୍ବନ ଖେତ୍ରୀ ।ତେବେ ୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ଏହି ଟଙ୍କା ନେଣଦେଣ ହୋଇଥିଲା । ୫କୋଟି ଲାଞ୍ଚ ଦେବା ପରେ ସତ୍ତ୍ବେ ୨୦୨୩ ମସିହା ମାର୍ଚ୍ଚ ୧ ତାରିଖରେ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କୁ ଇଡି ଗିରଫ କରାଯାଇଥିଲା । ଇଡିର ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରୁଥିବା ବେଳେ ୫କୋଟି ଟଙ୍କାର ଲାଞ୍ଚ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଯାଞ୍ଚ ବେଳେ ଇଡି ଅଧିକାରୀ ଅଭିଯୁକ୍ତଙ୍କ ଘରୁ ଦାମୀ ହୀରା ଗହଣା ସହ ନଗଦ ଟଙ୍କା ମିଳିଥିବା ବେଳେ ଓ ବ୍ୟାଙ୍କ ଖାତାରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ରହିଥିବା ଜଣାପଡ଼ିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc