Home Breaking News ନଜର ପକାନ୍ତୁ ଦିନ ତମାମର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ ତମାମର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment


➡️୧-ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ୍‌ର ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଫୋନ୍‌ରେ ହେଲା ବାର୍ତ୍ତାଳପ l କହିଲେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ, ଆସିବେ ବୈଦେଶିକ ମନ୍ତ୍ରୀ l ଆସନ୍ତା ୯ ଓ ୧୦ ତାରିଖ ଦିଲ୍ଲୀରେ ଜି-୨୦ ବୈଠକ ହେବ।

➡️୨-ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ୫୧ ହଜାର ନିଯୁକ୍ତି ପତ୍ର। ଭୁବନେଶ୍ୱର ସମେତ ସାରା ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା l

➡️୩-ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ହେଲେ ଯୋଗ୍ୟ ବିବେଚିତ l ସେମାନେ ହେଲେ ଶଶିଶେଖର କରଶର୍ମା (ଭଦ୍ରକ ଜିଲ୍ଲା ) ଓ ସୁବାସ ଚନ୍ଦ୍ର ରାଉତ (ଜଗତସିଂହପୁର ଜିଲ୍ଲା )। ଆସନ୍ତାମାସ ୫ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୫୦ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ ।

➡️୪-ଯୁବଶକ୍ତି ପାଇଁ ନୂଆ ସୁଯୋଗ । ୨୬୨ ସହକାରୀ ପ୍ରଫେସର ଓ ୮୮ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୫-କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ହେଲା ପ୍ରଚଳନ l ଅବିଭାଜିତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ତେଲୁଗୁ ଅଭିନେତା ଏନ୍‌ଟି ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ନାମିତ ଏହି ସ୍ବତନ୍ତ୍ର ମୁଦ୍ରାକୁ ଲୋକାର୍ପିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l

➡️୬-ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଜିଓ ଏୟାରଫାଇବର୍ ର ହେବ ଶୁଭାରମ୍ଭ l ୨୦ କୋଟି ଘରେ ଓ କାର୍ଯ୍ୟାଳୟରେ ପହଂଚାଇବା ଯୋଜନା l ଦୈନିକ ୧.୫ ଲକ୍ଷ ସଂଯୋଗ ଦିଆଯାଇପାରିବ l ଘୋଷଣା କଲେ ମୁକେଶ ଅମ୍ବାନୀ l

➡️୭-NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ସାମିଲ ହେଲା ଜାତୀୟ ଯୁଦ୍ଧ ସ୍ମାରକୀ ସମ୍ପର୍କୀତ ବିଷୟବସ୍ତୁ। ଏଣିକି ଇଂରାଜୀ ବହି ହନିକମ୍ବରେ ଶେଷ ବିଷୟ ଭାବେ ”ଏ ହୋମେଜ୍ ଟୁ ଆୱାର ବ୍ରେଭ୍ ସୋଲଜର୍ସ” ନାଁରେ ଏହି ବିଷୟବସ୍ତୁ ପଢ଼ିବେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ।

➡️୮-ମୁକେଶ ଆମ୍ବାନି କଲେ ବଡ ଘୋଷଣା, ଏଣିକି ଘରେ ଘରେ ଜିଓ ପହଞ୍ଚାଇବ ‘ଏଆଇ’ ।

➡️୯-ପ୍ରକାଶ ପାଇଲା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞପ୍ତି, ରାଜ୍ୟର ୧୧ବରିଷ୍ଠ ଡିଏସ୍‌ପିଙ୍କୁ ଏଏସ୍‌ପି ସ୍ତରକୁ କରାଗଲା ପଦୋନ୍ନତି l

➡️୧୦-ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ର ଟ୍ରେଲର ଅଗଷ୍ଟ ୩୧ରେ ହେବ ରିଲିଜ l

➡️୧୧-ଶେଷ ହେଲା ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ” ଯୁକ୍ତ୩ ” ର ଚତୁର୍ଥ ପର୍ଯ୍ୟାୟ ନାମଲେଖା l ଏହି ପର୍ଯ୍ୟାୟରେ ମୋଟ ୩୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡିଥିଲେ ମଧ୍ୟ ମୋଟ କେତେ ସଂଖ୍ୟକ ଛାତ୍ରୀଛାତ୍ର ନାମଲେଖାଇଲେ ତାହା ଆଜି ସକାଳ ୧୦ଟା ସୁଦ୍ଧା ଇ-ସ୍ପେସ୍‌ରେ ଅପ୍‌ଲୋଡ୍‌ ହେବା ପରେ ସ୍ପଷ୍ଟ ହେବ।

➡️୧୨-ପବିତ୍ର ରକ୍ଷା ବନ୍ଧନରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ କଟକ ତିଗିରିଆ ବ୍ଲକ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣା ଗ୍ରାମର ଜଣେ ମହିଳା ଦିଲ୍ଲୀ ଅଭିମୁଖେ କଲେ ଯାତ୍ରା l

➡️୧୩-ଚନ୍ଦ୍ରଯାନ-୩ର ସଫଳତା ପରେ ନିଜର ପରବର୍ତ୍ତୀ ମିଶନ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲା ଇସ୍ରୋ l ସେପ୍ଟେମ୍ବର ୨ରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧ । ଦିନ ୧୧ଟା ୫୦ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେବ ଲଞ୍ଚ ।

➡️୧୪-ବାସୁମତି ଚାଉଳକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି; ଟନ୍ ପିଛା ୧୨୦୦ ଡଲାରରୁ କମ୍‌ରେ ରପ୍ତାନୀ ହେଲା ମନା l ଚାଉଳ ବ୍ୟବସାୟୀଙ୍କ ସହ ଏଭଳି ସର୍ତ୍ତରେ ଚୁକ୍ତି ସ୍ୱାକ୍ଷର କରିବାକୁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ହେଲା ନିର୍ଦେଶ l

➡️୧୫-ଏଣିକି ଏବେ ଏବେ ଫ୍ରାନ୍ସରେ ବି ଟଙ୍କାରେ ପେମେଣ୍ଟ କରିହେବ, ଭାରତ ସହ ସହଭାଗିତା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ l

➡️୧୬-ରାଫେଲ-ଏମ୍ ବୁଝାମଣା ଉପରେ ଭାରତ ଏବଂ ଫ୍ରାନ୍ସ ଅଧିକାରୀଙ୍କ ମଧ୍ୟରେ ହେଲା ପ୍ରଥମ ବୈଠକ, ଜୁଲାଇରେ ପ୍ରସ୍ତାବକୁ ମିଳିଥିଲା ମଞ୍ଜୁରୀ l

➡️୧୭-ଭାରତର ପ୍ରତିବାଦ ସତ୍ତ୍ବେ ପୁଣି ଥରେ ଚୀନ୍‌ ର ନୌସେନାର ଗୁଇନ୍ଦା ଜାହାଜକୁ କଲମ୍ବୋ ବନ୍ଦରରେ ପହଞ୍ଚିବାକୁ ଅନୁମତି ଦେଲେ ଶ୍ରୀଲଙ୍କା ସରକାର।

➡️୧୮-ବିଶ୍ୱ ଆଥଲେଟ୍ ଚାମ୍ପିୟନସିପରେ ଗୋଲଡେନ୍ ଥ୍ରୋ: ନୂଆ ଇତିହାସ ରଚିଲେ ନୀରଜ ଚୋପ୍ରା, ଦେଶ ପାଇଁ ପୁଣି ସୁନା ଆଣିଲେ ସୁନା ପୁଅ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଜଣାଇଲେ ଅଭିନନ୍ଦନ l

➡️୧୯-ଓମାନର ସାଲାହାଠାରେ ବାଂଲାଦେଶ ବିପକ୍ଷ ଏସିଆନ ୫ଏସ୍‌ ପୁରୁଷ ହକି ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଭାରତୀୟ ଆଜି ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

➡️୨୦-ଗୋଲ୍ଡ ଜିତିବା ପରେ ହୃଦୟ ଜିତିଲେ ନୀରଜ; ତ୍ରିରଙ୍ଗା ପତାକାରେ ଅଟୋଗ୍ରାଫ୍ ନ ଦେଇ ଟି ସାର୍ଟ୍‌ରେ ଲେଖିଲେ ନାଁ, ଜିତିଲେ ସମସ୍ତଙ୍କ ହୃଦୟ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc