ନିରପେକ୍ଷ(ମୁମ୍ବାଇ)୨୮।୮: ଇତି ମଧ୍ୟରେ ଆରମ୍ଭ ହୋଇଛି ଜିଓ ର ୫ଜି ନେଟୱର୍କ ସେବା । ତେବେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ଏଜିଏମ ଆରମ୍ଭ ହୋଇଛି। ଏବଂ ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ ମୁକେଶ ଅମ୍ବାନୀ କହିଛନ୍ତି। ବର୍ତ୍ତମାନ ଜିଓର ଗ୍ରାହକଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ। ଭାରତରେ ଦ୍ରୁତତମ ୫ଜି ରୋଲଆଉଟ ଘଟିଛି। ପ୍ରତ୍ୟେକ ମାସରେ ୟୁଜର୍ସ ହାରାହାରି ୨୫ ଜିବି ଡାଟା ବ୍ୟବହାର କରୁଛନ୍ତି।
