ନିରପେକ୍ଷ(ମୁମ୍ବାଇ) : ୧୯୮୦ରେ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଥିବା ବଲିଉଡ ନାୟିକା ସଙ୍ଗିତା ବିଜଲାନି ନିଜର ଦମଦାର ଆକ୍ଟିଂ ଓ ଗ୍ଲାମରସ ଅନ୍ଦାଜକୁ ନେଇ ବେଶ ପରିଚିତ। ସେ ୧୯୮୭ରେ ଆଦିତ୍ୟ ପାଞ୍ଚୋଲିଙ୍କ ସହ ଫିଲ୍ମ କାତିଲ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ହିଟ ଫିଲ୍ମ ଭେଟି ଦେଇଥିଲେ ଦର୍ଶକଙ୍କୁ। ଏବେ ୬୩ ବର୍ଷ ବୟସରେ ବି ସେ ତାଙ୍କ ଗ୍ଲାମରସ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଦିଓ୍ବାନା କରି ରଖିଛନ୍ତି।

ଏବେ ନିକଟରେ ସଙ୍ଗିତା ବିଜଲାନିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ହଟ ଡିପ ନେକ ଗାଉନ ପିନ୍ଧି ଲିଭା ମିସ ଦିଭା ୨୦୨୩ ଇଭେଣ୍ଟରେ ନଜର ଆସିଥିଲେ। ସଙ୍ଗିତା ଏହି ସମୟରେ କାଫି ଗର୍ଜିୟସ ଲାଗୁଥିଲେ। ଏହାକୁ ଦେଖିବା ପରେ ଫ୍ୟାନ୍ସ ଏହି ଭିଡିଓ ଉପରେ କମେଣ୍ଟ କରିବାକୁ ଆଦୌ ପଛେଇଲେ ନାହିଁ।
