
ନିରପେକ୍ଷ ବ୍ୟୁରୋ: ହାତରେ ଆଉ ମାତ୍ର କିଛି ଦିନ । ଆଗକୁ ଆସୁଛି ପାର୍ବଣ ଋତୁ। ଝଲସିବ ପୂଜା ବଜାର ଆଉ ଘରେ ଘରେ ପୂଜା ପାଇବେ ଭଗବାନ।ଆଉ ସବୁଠୁ ବଡ କଥା ପୂଜା କରିବା ପାଇଁ ଦରକାର ପଡିବେ ପୂଜାରୀ। ହେଲେ ଏହି ପାର୍ବଣ ଋତୁରେ ଏତେ ଭିଡ ଯେ ପୂଜାରୀଙ୍କୁ ମଧ୍ୟ ସମୟ ମିଳେ ନାହିଁ ଆଉ ଫୁରସତ ବି ନାହିଁ । ଆଉ ଯାହାକୁ ଦୃଷ୍ଟିରେ ରଖି ଏକ ନିଆରା ପଦକ୍ଷେପ ନିଆଯାଇଛି। ପୂଜା ପାଇଁ ନନାଙ୍କ ଘରକୁ ଯିବାକୁ ପଡିବନି। ଗୋଟିଏ କଲ କଲେ ଫଟାଫଟ ମିଳିବେ ପୂଜାରୀ। ଜୟ ଓଡିଶା ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ମୋ ପୂଜାରୀ ଡଟ କମ। ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଥମେ ଏକ ଯଜ୍ଞ କରାଯାଇ ଉପସ୍ଥିତ ସମସ୍ତ ପୂଜାରୀମାନଙ୍କୁ ‘ତୁଳସୀ’ ଗଛ ପ୍ରଦାନ କରି ସମ୍ୱର୍ଦ୍ଦିତ କରାଯାଇଥିଲା।
