Home news ୫ଟି ସଚିବ ଙ୍କ ଗସ୍ତ କୁ ତୀବ୍ର ବିରୋଧ କରିବ କଂଗ୍ରେସ

୫ଟି ସଚିବ ଙ୍କ ଗସ୍ତ କୁ ତୀବ୍ର ବିରୋଧ କରିବ କଂଗ୍ରେସ

by Admin
0 comment

ନିରପେକ୍ଷ(ବିଂଝାରପୁର) : ଆଗାମୀ ୩୧ରେ ଯାଜପୁର ଜିଲ୍ଲା ଗସ୍ତ ରେ ଆସିବେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ । ଜିଲ୍ଲା ର ଯାଜପୁର ଓ ଅପରାହ୍ନ ରେ ବିଂଝାରପୁର ଗସ୍ତ ରେ ରହିବେ ଭି କେ ପାଣ୍ଡିଆନ । ବିଂଝାରପୁର ବିକାଶ ଓ ଉର୍ଣ୍ଣତି କରିବେ ଭି କେ ପଣ୍ଡିଆନ। ଯାହାକି ବିଂଝାରପୁର ର ଛଅ ଛଅ ଥର ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ଙ୍କ ଅଞ୍ଚଳ ରେ ବିକାଶ ର ମଞ୍ଜି ବୁଣିବେ ଓ ମିଶନ ଶକ୍ତି ରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ବହୁ ପୁରାତନ ଶୈବ ପୀଠ ବାବା ବରୁଣେଶ୍ୱର କ୍ଷେତ୍ର ର ଉର୍ଣ୍ଣତି କରାଯିବ।

ଯାହାକୁ ନେଇ ସଂଖ୍ୟାଧିକ ମହିଳା ଓ ପୁରୁଷ ଙ୍କ ସମାଗମ ପାଇଁ ଜୋର ସୋର ଲାଗିଛନ୍ତି ବିଂଝାରପୁର ବିଧାୟିକା ତଥା ରାଜସ୍ୱମନ୍ତ୍ରୀ। ହେଲିପ୍ୟାଡ଼ ସହ ସଭା ସ୍ଥଳ ରେ ଜନ ସମାଗମ ପାଇଁ ଚାଲିଛି କସରତ। ଏମିତି କି କୁଆଡେ ସଚିବ ଙ୍କ ଗସ୍ତ ପାଇଁ ଖର୍ଚ୍ଚ ହେଉଛି ସାଡେ ଚାରି କୋଟି ଟଙ୍କା। ଆଉ ଏସବୁ ଅର୍ଥ ସାଧାରଣ ଜନତା ଙ୍କ ଟିକସ ପଇସା ଓ ଟିକସ ରେ ଜଣେ ସଚିବ ଙ୍କ ଗସ୍ତ ରେ ଖର୍ଚ୍ଚ କରାଯିବା ସହ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କ ଅଂଚଳ ରେ ଏହା ନିନ୍ଦନୀୟ ସହ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ବୋଲି କହିଛି କଂଗ୍ରେସ। ବିକାଶ କରିବାରେ ଅଛିତ ନିଜେ ମନ୍ତ୍ରୀ କରନ୍ତୁ ଅବା କିଛି ବିକାଶ ର କାର୍ଯ୍ୟ ଘୋଷଣା କରନ୍ତୁ ତାହା ସ୍ୱାଗତ,ଏଥିରେ ବିରୋଧ ନାହିଁ ବରଂ ସ୍ଵଗତ ଯୋଗ୍ୟ ହେଲେ ଜଣେ ସାଧାରଣ ସଚିବ ଙ୍କ ପାଇଁ ଏହି ଆଡ଼ମ୍ବର ଶୋଭନୀୟ ନୁହେ ବୋଲି କଂଗ୍ରେସ କହିଛି। ସାଧରଣ ଲୋକ ଙ୍କ ଅଭିଯୋଗ ସିଧାସଳଖ ମନ୍ତ୍ରୀ ନିଅନ୍ତୁ ଅବା ଜିଲ୍ଲାପାଳ ଙ୍କ ପ୍ରକୋଷ୍ଠ ରେ କରାଯାଉ ଏହା ମାଫ ହେଲେ ସଚିବ ଙ୍କ ପାଇଁ ଏହା ଠିକ ନୁହଁ ବୋଲି କହିଛି କଂଗ୍ରେସ।

ତୁରନ୍ତ ମନ୍ତ୍ରୀ ଏହି ସଚିବ ଙ୍କ କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରି ବନ୍ଦ ନ କଲେ ସିଧାସଳଖ ସଚିବଙ୍କୁ ଗସ୍ତ କୁ ବିଂଝାରପୁର ରେ ତୀବ୍ର ବିରୋଧ କରାଯିବ ବୋଲି କହିଛି କଂଗ୍ରସ। ଏମିତି କି ମୁଖ୍ୟମନ୍ତ୍ରୀ ଙ୍କ କୌଣସି ଏକ ଭୁଲ କୁ ଘଉଡାଇବା ପାଇଁ ଏହା ସଚିବ ଙ୍କ ଏକ ବ୍ଲାକ ମେଲ ବୋଲି ସିଧାସଳଖ କହିଛି କଂଗ୍ରେସ। ମୁଖ୍ୟ ମନ୍ତ୍ରୀ ଙ୍କର ଉତ୍ତର ଦାୟିତ୍ଵ ରହିଛି ଏ ସଚିବ କିଏ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ।ଏପଟେ କଂଗ୍ରେସ ର ଏହି ବିରୋଧ ଉପରେ ବିଂଝାରପୁର ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ପ୍ରତିକ୍ରୟା ମିଳିପାରିନି।ତେବେ ୩୧ ରେ ୫ଟି ସଚିବଭି କେ ପାଣ୍ଡିଆନ ଙ୍କ ଗସ୍ତ କୁ କିଭଳି ବିଂଝାରପୁର ବାସୀ ଗ୍ରହଣ କରୁଛନ୍ତି ନା ବିଞ୍ଝାରପୁର ର ସ୍ୱାଭିମାନ ପାଇଁ କେବଳ କଂଗ୍ରେସ ଦଳ ନୁହଁ ସାଧାରଣ ଜନତା ଙ୍କ ବିରୋଧ ରହୁଛି ତାହା ସମୟ କହିବ ସମୟ କହିବ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc