ନିରପେକ୍ଷ(ମୁମ୍ବାଇ)୨୭।୮: ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ଭିଷଣ ନିଆଁ । ତେବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲାଗିବାର ଖବର ମିଳିବା ପରେ ଘଟଣାସ୍ଥଳରେ ଫାୟାର ବ୍ରିଗେଡର ଗାଡି ପହଞ୍ଚିଥିଲା।
