ନିରପେକ୍ଷ(ନୂଆଦିଲ୍ଲୀ) : ସାରା ବିଶ୍ୱରେ ଏବେ ଭାରତ ଉପରେ ନଜର ,କାରଣ ଚନ୍ଦ୍ରଯାନ-୩ ସଫଳତା ପରେ ଏବେ ସବୁଠି ଚର୍ଚ୍ଚା ଭାରତ ,ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଭାରତ ବର୍ତ୍ତମାନ ଏକ ବଡ଼ ମାଇଲଷ୍ଟୋନ ପାଇଁ ପ୍ରସ୍ତୁତ ହେଉଛି । ଚନ୍ଦ୍ରଯାନର ସଫଳତା ପରେ ଏବେ ଲଞ୍ଚ ହେବ ଗଗନଯାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ଆଦିତ୍ୟ ଏଲ-୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ମୋସନାଥ ।

ତେବେ ଗଗନଯାନ ମିସନ୍ ଅନ୍ତର୍ଗତ ଭାରତ ମହାକାଶ ଗବେଷଣା କେନ୍ଦ୍ର ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍ଡିଟିଭି ଜି-୨୦ କନକ୍ଲେଭ୍କୁ ଏକ ସାକ୍ଷାତକାର ଦେଇ ଏହା ଘୋଷଣା କରିଛନ୍ତି। ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମହାକାଶକୁ ଏକ ମହାକାଶଯାନ ପଠାଯିବ। ଏହାପରେ ମହାକାଶକୁ ପଠାଯିବ ମହିଳା ରୋବଟ ‘ବ୍ୟୋମମିତ୍ର’।
