ନିରପେକ୍ଷ(ଭୁବନେଶ୍ୱର) : ସବୁ ବସ ର ନିଆ ଯାଉଛି ଟିକନିକ ଖବର । ଆଗକୁ ଦେଖାଦେବନି ଟ୍ରାଫିକ ସମସ୍ୟା । ତେବେ ବରମୁଣ୍ଡା ISBT ପାଇଁ କମିଶନରେଟ ପୋଲିସର ସହର ସର୍ଭେ । ଛକ ଛକରେ ବସର ଡାଟା ନେଉଛି ପୋଲିସ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସର ରହଣି ଓ ପାର୍କିଂ ପାଇଁ ଆରମ୍ଭ ହୋଇଛି ସର୍ଭେ । ଏନେଇ ଭୁବନେଶ୍ବରର ୫୦ଟି ଛକରେ ପୋଲିସ କର୍ମଚାରୀଙ୍କ ଦ୍ବାରା ତଥ୍ୟ ନେଉଛି ପୋଲିସ । ଭୁବନେଶ୍ବର ବରମୁଣ୍ଡାକୁ ଆସୁଥିବା ବେସରକାରୀ ବସର ଡାଟା ନିଆଯାଉଛି । କେଉଁ ବସ୍ କେଉଁ ସମୟରେ ଭୁବନେଶ୍ବରରେ ପହଞ୍ଚୁଛି । କେଉଁ ଛକରେ କେତେ ସମୟ ରହୁଛି । ବସଟି କେଉଁ ରୁଟ ଦେଇ କେଉଁ ଆଡକୁ ଯାଉଛି । ବସର ନମ୍ବର ସହ ବସର ନା କେଉଁ ଛକରେ କେତେ ସମୟ ରହଣି ହୋଇ ବସଟି ଛାଡୁଛି । ସେସବୁର ପ୍ରକୃତ ସମୟ ସୀମା ଓ ସମ୍ପୃର୍ଣ୍ଣ ତଥ୍ୟ ରେକର୍ଡ ନେଉଛନ୍ତି ପୋଲିସ କର୍ମଚାରୀ ।
