ନିରପେକ୍ଷ(ଜଗତସିଂହପୁର) : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ସୋମପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା ସୂଚନା ରୁ ପ୍ରକାଶ ଯେ ସୋମପୁର ଗ୍ରାମର ଯୋଗୀ ସାହୁ ଙ୍କ ଦୁଇ ପୁତ୍ର ଅକ୍ଷୟ ଓ ବିଜୟ l ଏହି ଦୁଇ ଭାଇ ଇଭରିସିଂ ଅଂଚଳ ର ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଦୁଇ ଝିଅ କୁ ବିବାହ କରିଥିଲେ l ଆଉ ଦୁଇ ଭଉଣୀ ଦୁଇ ଯା ହୋଇ ଦୀର୍ଘ କିଛି ଦିନ ହେବ ଖୁସିରେ ଚାଲୁଥିବା ବେଳେ ହଠାତ ଦୁଇ ଭଉଣୀ ଙ୍କ ମଧ୍ୟ୍ୟ ରେ କିଛି ପାରିବାରିକ କଳହ ଲାଗି ଥିଲା ଯାହା ଗାଁ ଲୋକ ଙ୍କ ଠାରୁ ଶୁଣିବାକୁ ମିଳିଛି l

ଆଉ ଏହାରି ଭିତରେ ଗତ ବର୍ଷ ଅକ୍ଷୟ ନଦୀ ରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟ ଶ୍ୱାସ ରୁଦ୍ଧ ହୋଇ ମୃତୁ ବରଣ କରିଥିବା ସୂଚନା ମିଳିଥିଲା l ଆଉ ସ୍ୱାମୀ ମୃତ୍ୟୁ ର ଠିକି 10ମାସ ପରେ ଅର୍ଥାତ ଆଜି ବଡି ଭୋରୁ ସସ୍ମିତା ମୃତ୍ୟୁ ବରଣ କରିଛି ଆଉ ଗାଁ ଲୋକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି କହୁଥିବା ବେଳେ ପରିବାର ଲୋକ ପେଟ ରୋଗ ରୁ ମୃତ୍ୟୁ ବରଣ କରିଥିବା ଥାନାରେ ଏତଲା ଦେଇଛନ୍ତି l
