ନିରପେକ୍ଷ(ଯାଜପୁର) : ଭଙ୍ଗା ଯାଇଥିବା ସୁଇପିଟ ଗାଡି ଓ ଭାଙ୍ଗି ପଡିଥିବା ଏ ହୋଣ୍ଡା ଶାଇନ ଗାଡି ଆଉ ଭଙ୍ଗା ଯାଇଥିବା ଘର ର ଝରକା ଓ କାନ୍ଥ। ଏ ଆଉ କାହାରି ନୁହଁ ଜଣେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଙ୍କ ଗାଡି ଓ ଘର। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଙ୍ଗରା ପଂଚାୟତ କୁସୁନପୁର ଗାଁ ତଥା ୨୮ ନମ୍ବର ଜୋନ୍ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଙ୍କ ଗାଡି ଆଉ ଓ ଘର ର ଦୃଶ୍ୟ । ତେବେ ଏଠି ପ୍ରଶ୍ନ ଉଠେ କାହିଁକି ଜଣେ ଜନପ୍ରତିନିଧି ଙ୍କ ଗାଡି ଓ ଘର କୁ ଏଭଳି ଭଙ୍ଗା ଯାଇଛି। ଘଟଣା ରୁ ପ୍ରକାଶ ଥାଉକି ଗତ ୨୨ ତାରିଖ ରାତିରେ କାହିଁକି ଜିଲ୍ଲାପରିଷଦ ସଭ୍ୟା ଙ୍କ ସ୍ୱାମୀ ବିଜ୍ଞାନ ମଳିକ ଙ୍କୁ ରାତିରେ ପୋଲିସ ଥାନା କୁ ଆଣିଥିଲା। ଏ ହେଉଛନ୍ତି ବିଜ୍ଞାନ ମଳିକ, ଚଢ଼ୁଥିବା ଗାଡି କୁ କାହିଁକି ହୋଇଛି ଭଙ୍ଗା ରୁଜା। ଏ ପଟେ କୁଆଡେ ବିଜ୍ଞାନ ମଳିକ ରାତି ଅଧ ରେ କାହା ଘର କୁ ଯିବା ସମୟ ରେ ଘର ଲୋକ ଦେଖି ପାଟି କରିବାରୁ ଦୌଡ଼ି ନିଜ ଘର ଭିତରୁ କୁ ପଳାଇଥିଲେ ବିଜ୍ଞାନ।

