ନିରପେକ୍ଷ(ମଦୁରାଇ) : ପୁଣି ଦେଖିବାକୁ ମିଳିଛି ଆଉ ଏକ ରେଳ ଅଘଟଣ । ତେବେ ଏଯାଏଁ ମନରୁ ଲିଭିନି ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ର ଅଭୁଲା ଛାତିଥରା ଘଟଣା ତେବେ ଆଉ ଏକ ଘଟଣା ପୁଣି ବ୍ୟଥିତ କରିଛି । ସାଧାରଣ ଗୋଟିଏ ଛୋଟିଆ ଭୁଲ ପାଇଁ ଯାଇଛି ୧୦ଜଣଙ୍କ ମୂଲ୍ୟବାନ ଜୀବନ । ତେବେ ଚେନ୍ନାଇର ମଦୁରାଇ ରେଳ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ ଘଟିଛି । ତେବେ ବେଆଇନ ଭାବେ ଟ୍ରେନରେ ଗ୍ୟାସ ଟାଙ୍କି ନେଇ ଯାଉଥିବାବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ କିଭଳିଭାବେ ସିଲିଣ୍ଡର ନେବାକୁ ଅନୁମତି ମିଳିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।
