Home news ଆଗଉଛି କାର୍ଯ୍ୟ ଉଡ଼ିବ ବିମାନ ।

ଆଗଉଛି କାର୍ଯ୍ୟ ଉଡ଼ିବ ବିମାନ ।

by Admin
0 comment

ନିରପେକ୍ଷ(ପୁରୀ) : ଆଗଉଛି କାର୍ଯ୍ୟ ଉଡ଼ିବ ବିମାନ । ସ୍ବପ୍ନ ହେଉଛି ସାକାର । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କାମ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଏନେଇ ସିପସରୁବାଲିରେ ଥିବା ୬୮.୯୧ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମୋଦନ । କିସମ ପରିବର୍ତ୍ତନ ପାଇଁ ପିସିସିଏଫ୍‌ଙ୍କୁ ଅନୁମୋଦନ । ଜଙ୍ଗଲଜମି ଆଇନ ୧୯୮୦ ଧାରା -୨କ୍ଲଜ୍- ୨ ଅନୁଯାଇ ଏହାକୁ ଅନୁମୋଦନ କରାଯାଇଛି । ୧୧୬୪ ଏକର ଜମିରେ ବିମାନ ବନ୍ଦର ନିର୍ମାଣ ହେବା ପ୍ରକ୍ରିୟା ଜାରି ରହିଛି । ସେଥମଧ୍ୟରୁ ୨୨୧ ଏକର ଜମି ଅଧିଗ୍ରହଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ଅବଶିଷ୍ଟ ଜମିରେ ବାଉଣ୍ଡରୀ ଓ୍ବାଲ କାମ ଶେଷ କରିଛି ଇଡକୋ ।

ସାଇଟ କ୍ଲିଅରାନ୍ସ ଲାଗି କେନ୍ଦ୍ରକୁ ଚିଠି ଲେଖାଯାଇଥିବାବେଳେ ଯେତେଶୀଘ୍ର କ୍ଲିଅରାନ୍ସ ମିଳିବ ସେତେ ଶୀଘ୍ର ଶେଷ ହେବ କାମ । ବିମାନବନ୍ଦର ଲାଗି ଜମି ଅଧିଗ୍ରହଣ ସଂକ୍ରାନ୍ତ ଜନ ଶୁଣାଣି ଶେଷ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କ୍ଳିଅରାନ୍ସକୁ ଅପେକ୍ଷା କରାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc