Home Breaking News ନଜର ପକାଇବା ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାଇବା ଦିନ ତମାମ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର୍’ରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ l

➡️୨-୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ l କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣିର ସନ୍ଧାନ l

➡️୩-ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

➡️୪-ଚଳିତ ବର୍ଷଠାରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କୁ ୫୦ ହଜାର, ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩ ହଜାର ଜଣଙ୍କୁ ୧୦ ହଜାର ଓ ପ୍ରତି ବ୍ଲକରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ l

➡️୫-ଆଜି ଇସ୍ରୋରେ ବୈଜ୍ଞାନିକଙ୍କୁ ଭେଟିବେ ମୋଦି, ଚନ୍ଦ୍ରଯାନ-୩ ସଫଳତାର ପାଳନ କରିବେ ଉତ୍ସବ l ଏକ ଘଣ୍ଟା ବିତାଇବେ ସମୟ l

➡️୬-ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ l

➡️୭-ବିଏମସି ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l

➡️୮-ଚିନ୍ତା ବଢ଼ାଉଛି ଡେଙ୍ଗୁ; କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ଭିଡ଼, ଖୋଲିବ ଆଉ ଦୁଇ ଟେଷ୍ଟିଂ ଲ୍ୟାବ୍ l ରାଜ୍ୟରେ ୨ ହଜାର ୮ ଶହ ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।

➡️୯-ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ ଡାକରାରେ ରାଜ୍ୟର ୩ଟି ଆୟୁର୍ବେଦିକ କଲେଜ ଓ ୪ଟି ହୋମିଓପ୍ୟାଥିକ କଲେଜର ଆୟୁଷ ଛାତ୍ରଛାତ୍ରୀ ଆଜିଠାରୁ କଳା ବ୍ୟାଜ୍ ପରିଧାନ l

➡️୧୦-‘ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି l ମିଶନ ମଙ୍ଗଳୟାନରେ ଅଭିନୟ କରିଥିବା ସମସ୍ତ କଳାକାର ଏହି ଫିଲ୍ମରେ ରହିବେ।

➡️୧୧-ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ l ବିଧାୟକ ଅଧିରାଜ ପାଣିଗ୍ରାହୀ ଦେଲେ ସୂଚନା l

➡️୧୨-ଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ, ୧୮୦ କୋଟି ଟଙ୍କା ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍ ଜଳ ପ୍ରକଳ୍ପର ହେବ ଶୁଭାରମ୍ଭ l ଜୁଲାଇ ୨୦୨୫ ସୁଦ୍ଧା ହେବ ସମାପ୍ତ l

➡️୧୩-ଦିଲ୍ଲୀ ଦ୍ବାରକା ସେକ୍ଟର-୭ର ଦୁର୍ଗାପାର୍କ ସ୍ଥିତ ସର୍ବୋଦୟ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଜୁସ୍‌ ପିଇ ୭୦ ଛାତ୍ରଛାତ୍ରୀ ଅସୁସ୍ଥ, ପେଟରେ ଯନ୍ତ୍ରଣା-ବାନ୍ତି ପରେ ହସ୍ପିଟାଲରେ ହେଲେ ଭର୍ତ୍ତି l

➡️୧୪-ସାମ୍ବାଦିକ ସମ୍ମିଳନୀ କରି ୫-ଟି ସଚିବଙ୍କୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ‘ପାଣ୍ଡିଆନ୍ ସୁପର ମିଛୁଆ’ l

➡️୧୫-ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ହେଲା ବେଶ ଦୁର୍ବଳ, ୩୦୦ ଟଙ୍କା ଟପିଲା ଡଲାର ଦାମ୍ l

➡️୧୬-ଆଜି ହେବ ମଧ୍ୟପ୍ରଦେଶ କ୍ୟାବିନେଟର ସଂପ୍ରସାରଣ, ଅନେକ ବିଧାୟକଙ୍କ ନିକଟକୁ ଗଲା ସିକ୍ରେଟ୍ ଫୋନ୍ କଲ୍ l

➡️୧୭-ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା l ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ କଲେ ମନା l

➡️୧୮-ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ କଲେ ପ୍ରବେଶ l

➡️୧୯-ୱାର୍ଲଡ ରେସ୍ଲିଂ ଏଣ୍ଟରଟେନମେଣ୍ଟ ( WWE ) ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ହେଲା ପରଲୋକ l

➡️୨୦-ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍‌ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc