Home Crime ଭିଜିଲାନ୍ସ କବଜାରେ ଆଉ ଜଣେ ସରକାରୀ ବାବୁ

ଭିଜିଲାନ୍ସ କବଜାରେ ଆଉ ଜଣେ ସରକାରୀ ବାବୁ

by Admin
0 comment

ନିରପେକ୍ଷ(ଭୁବନେଶ୍ବର) : ପୁଣି ଭିଜିଲାନ୍ସ ପଞ୍ଝା ରେ ଆଉ ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀ । ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କୁ ଅଧିକ ପଚରାଉଚରା କରାଯାଉଛି । ଗତକାଲି ବିଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ରାୟଗଡ଼ା କାଳୀପୂଜା ପଡ଼ିଆରେ ଥିବା ସରକାରୀ କ୍ବାଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସରେ ରେଡ୍ ହୋଇଥିଲା । ସେହିପରି ଭୁବନେଶ୍ବର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ୍-ଏ ତୃତୀୟ ମହଲା, ସମ୍ପର୍କୀୟଙ୍କ ଶିଶୁବିହାରରେ ଥିବା ଭଡ଼ା ଘର, ଯାଜପୁର କଳିଙ୍ଗନଗର ଦାମୋଦରପୁରରେ ଥିବା ପୈତୃକ ଗାଁ, କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଛାନବିନ୍ କରିଥିଲା ଭିଜିଲାନ୍ସ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc