ନିରପେକ୍ଷ(ବାଲିକୁଦା) : ରାଜ୍ୟ ସରକାର ଙ୍କ ମାଳ ମାଳ ଜନ ହିତକାରୀ ଯୋଜନା କିନ୍ତୁ ଏହି ଯୋଜନା କୁ ଫାଇଦା ନେଉଛନ୍ତି କିଏ?
ଏ ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ର କୃଷ୍ଣଦାସପୁର ପଞ୍ଚାୟତ ର ଦୃଶ୍ୟ l ଦେଖିଲେ ତ ଏହି ଦୃଶ୍ୟ କୁ l ସରକାର ଙ୍କ ମାଳ ମାଳ ଜନ ହିତକାରୀ ଯୋଜନା ପ୍ରସ୍ତୁତ କରି କାଯ୍ୟକାରୀ କରୁଥିବା ବେଳେ କେମେତି କିପରି ଏହି ତଳ ସ୍ତର ର ଲୋକ ମାନେ ଜୀବନ ଜିଉଛନ୍ତି l ତେଣୁ ହଁ ଦର୍ଶକ ବନ୍ଧୁ ଆମେ ଏହି ଦୃଶ୍ୟ କୁ ସାରା ଓଡିଶା ର ଜନ ସାଧାରଣ ଙ୍କ ନିକଟରେ ରଖୁଛୁ ଏଇଥି ପାଇଁ ସରକାର ଙ୍କ ଯୋଜନା କିପରି ଗରିବ ଖଟିଖିଆ ଙ୍କ ନିକଟରେ ପହଂଚି ପାରିବ l

ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ହେଉଛି ଏକ ସତନ୍ତ୍ର ନିର୍ବାଚନ ମଣ୍ଡଳୀ କାରଣ ଏହି ନିର୍ବାଚନ ମଣ୍ଡଳୀ ରେ ନେତା ଠାରୁ ରାଜ ନେତା ମାନେ ଭରପୁର l କିନ୍ତୁ ସରକାର ଙ୍କ ଯୋଜନା ପହଂଚି ପାରୁନି ଏହି ତଳ ସ୍ତର ରେ ଥିବା ଲୋକ ଙ୍କ ନିକଟରେ l ଏହି ଗରିବ ଙ୍କ ଭୋଟ ନେଇ ରାଜ ଗାଦିରେ ବସିବା ପରେ ଭୁଲି ଯାଆନ୍ତି ଏହି ଗରିବ ଙ୍କୁ ଆଉ ଏହି ଗରିବ ଯେତେ ବେଳେ ଗୁହାରି ପାଇଁ ଯାଏ କୁହନ୍ତି ମୁଁ କଣ ତୋତେ ଡ଼ାକିଥିଲି? ତୁ କିଏ ଆଉ କାହିଁକି ଆସିଛୁ? ତେଣୁ ଗରିବ ଟି ଗୁହାରି କରିବ କଣ ବାବୁ ମାନଙ୍କ କଥା ଶୁଣି କାନ୍ଦି ପକାଇ ଫେରି ଆସନ୍ତି,ହଁ ଦର୍ଶକ ବନ୍ଧୁ ସରକାର ଙ୍କ ଯୋଜନା କଣ ଏହି ରାଜ ନେତା ଙ୍କ ପକେଟ ରେ l
