Home Breaking News ନଜର ପକାନ୍ତୁ ଦିନ ତମାମ ର ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ ତମାମ ର ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

ଚେସ ବିଶ୍ୱକପ ଫାଇନାଲରେ ହାରିଲେ ହେଲେ ହୃଦୟ ଜିତିଲେ । ବିଶ୍ୱର ୧ ନମ୍ବର ଖେଳାଳି ମାଗନସ କାର୍ଲସନଙ୍କ ଠାରୁ ହାରିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ ।

BRICS ବିସ୍ତାର ନେଇ ଘୋଷଣା, ସାମିଲ ହେବେ ୬ ନୂଆ ଦେଶ; ପିଏମ୍ ମୋଦୀ କଲେ ସ୍ୱାଗତ ।

ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଏକ ବାଇକ୍ ସୋ’ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦୦ରୁ ଅଧିକ ଦୁଇ ଚକିଆ ଯାନ ପୋଡ଼ି ପାଉଁଶ ହୋଇଯାଇଛି। ।

ଚମକାଇ ଦେଲା ପଲିସି ବଜାରର ରିପୋର୍ଟ । ବାର୍ଷିକ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି ଚିକିତ୍ସା ଖର୍ଚ୍ଚ

ବ୍ରିକ୍ସ ସମ୍ମିଳନୀରେ ଏକାଠି ନଜର ଆସିଲେ ମୋଦୀ, ଜିନ୍ପିଙ୍ଗ୍ । ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏକାଠି କଲେ ଆଲୋଚନା ।

ସେପ୍ଟେମ୍ବରରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1, ସ୍ପଷ୍ଟ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ।

ନିର୍ବାଚନ କରାଇ ନ ପାରିବାରୁ ‘ୟୁଡବ୍ଲୁଡବ୍ଲୁ’ର ସଦସ୍ୟତା ହରାଇଲା ଭାରତୀୟ କୁସ୍ତି ସଂଘ।

ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର : ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ; ସଂଗ୍ରହ କରିବ ଚନ୍ଦ୍ରପୃଷ୍ଠର ତଥ୍ୟ, ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହ ସମାନ ।

ଆକାଶପଥରେ କମାଲ କଲା ତେଜସ । ୨୦ ହଜାର ଫୁଟ୍ ଉପରୁ ଛାଡିଲା ‘ଅସ୍ତ୍ର’ ମିସାଇଲ, ପରୀକ୍ଷଣ ହେଲା ସଫଳ ।

୭ଟି ଦୁର୍ନୀତି ମାମଲାରେ ଗତ ୮ ବର୍ଷ ହେବ ଫେରାର ଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା ଜୟପୁର ଭିଜିଲାନସ୍ ଟିମ୍।  ।

ମଝି ଆକାଶରେ ରୁଷ ରାଷ୍ଟ୍ରପତିଙ୍କ ଶତ୍ରୁ ପ୍ରିଗୋଜିନଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ଜାରି ରହିଛି ସସପେନ୍ସ ।

‘ଚନ୍ଦ୍ରଯାନ-୩’ର ସଫଳ ଅବତରଣ ସମୟରେ ଜନ୍ମ ନେବାରୁ ପୁଅର ନାମ ଚନ୍ଦ୍ରଯାନ ଓ ଝିଅର ନାମ ଚାନ୍ଦିନୀ ରଖିଲେ ମାତାପିତା ।

କେବଳ ଜେନେରିକ୍ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ଏନ୍‌ଏମ୍‌ସି ଦେଇଥିବା ନିର୍ଦ୍ଦେଶ ଉପରେ ଲାଗିଲା ରୋକ୍‌ ।

5-T ସଚିବଙ୍କ ଗଂଜାମ ଗସ୍ତ ପୂର୍ବରୁ ବଢୁଛି ବିରୋଧ, ସଭାସ୍ଥଳରୁ କାନ୍ଥବାଡ଼ ସବୁଠି ବିରୋଧାତ୍ମକ ଲେଖା ।

ବାୟୁସେନା କିଣିବ ୮୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୦୦ରୁ ଅଧିକ ଏଲସିଏ ମାର୍କ-୧ ଯୁଦ୍ଧ ବିମାନ ।

infosysର ବ୍ରାଣ୍ଡ ଆମ୍ୱାସଡର ହେଲେ ଟେନିସ୍ ଖେଳାଳି ରାଫେଲ୍ ନାଡାଲା ।

ଦଶମ ଓ ଦ୍ୱାଦଶ ପାଇଁ ହେବ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା । ଜାତୀୟ ଶିକ୍ଷାନୀତି ଅନୁସାରେ ଘୋଷଣା କଲା ଶିକ୍ଷା ମନ୍ତ୍ରାଳୟ ।

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଚଳଚ୍ଚିତ୍ର ‘ପୁଷ୍ପା’ ପାଇଁ ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ ‘ଗଙ୍ଗୁବାଇ କାଠିଆୱାଡ଼ି’ ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ‘ମିମି’ ପାଇଁ କ୍ରିତି ସାନୋନ ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛି।

ଭିକି କୌଶଲଙ୍କ ଅଭିନୀତ ‘ସର୍ଦ୍ଦାର ଉଦ୍ଦମ’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି। ସେହିପରି ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି।

ଦୈତ୍ୟରାଜ ହତ୍ୟା ମାମଲା: ନବୀନ ନିବାସ ସମ୍ମୁଖରେ ପରିବାରର ଆତ୍ମାହୁତି ଉଦ୍ୟମ ।

ରାଜଧାନୀରେ ଦିନକୁ ଜଣଙ୍କ ଆତ୍ମହତ୍ୟା: ଦେଢ଼ ବର୍ଷରେ ଜୀବନ ହାରିଲେଣି ୫୫୦, ୭୦% ଯୁବପିଢ଼ି

ନୂଆ ଫସଲ ବଜାରକୁ ଆସିବା ପରେ ଆସନ୍ତା ମାସରୁ ପନିପରିବା ଦାମ୍ ଶସ୍ତା ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ଲଢ଼େଇ ।

ହିମାଚଳପ୍ରଦେଶର କୁଲ୍ଲୁ ଜିଲାରେ ଗୁରୁବାର ଭୂସ୍ଖଳନ ହେବାରୁ ବହୁ ଅଟ୍ଟାଳିକା ମାଟିରେ ମିଶି ଯାଇଛି। ଭୂସ୍ଖଳନ ଖବର ପାଇ ଏନ୍‌ଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc