Home Breaking News ୫୫୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ;ଜଣେ ଗିରଫ

୫୫୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ;ଜଣେ ଗିରଫ

by Admin
0 comment

ନିରପେକ୍ଷ(ବରଗଡ଼) : ବରଗଡ଼ରେ ଜାରି ରହିଛି ନିଶା କାରବାର ଉପରେ ଚଢ଼ାଉ। ଆଜି ଅବକାରୀ ଅଧୀକ୍ଷକ ସୁବର୍ଣ୍ଣ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରାଯାଇଛି ।ଏହି ଘଟଣାରେ ଦୁଇଜଣ ପୁରୁଷ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ କାରବାର ରେ ସଂପୃକ୍ତ ଜଣେ ମହିଳା ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ପୌରାଞ୍ଚଳ ର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ବ୍ରହ୍ମ ନଗର ର ଡାକ୍ତର ମହାରଣା ଘରେ ଚଢ଼ାଉ କରି ୫୦୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ତାଠାରୁ ନେଇଥିବା ଘୁଲିପାଲି ର ଦିଲୀପ ସିଂ ର ଘରୁ ୪୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।ସମୁଦାୟ ୫୫୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ବିଭାଗ ୨ ଟି ଭିନ୍ନ ଭିନ୍ନ ମାମଲା ରଜୁ କରି ତଦନ୍ତ ଜାରି ରଖୁଥ‌ିବା ବେଳେ ମଞ୍ଜୁଲତା ମହାରଣା କୁ ଗିରଫ କରାଯାଇଛି ।

ତେବେ ଚଢ଼ାଉ ବେଳେ ମଞ୍ଜୁଲତା ମହାରଣା ଙ୍କ ସ୍ବାମୀ ଡାକ୍ତର ମହାରଣା ଓ ଦିଲୀପ ସିଂ ଫେରାର ହୋଇଯାଇଥ‌ିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ସମରଜିତ ଦାଶ,ସବ ଇନ୍ସପେକ୍ଟର ମୋହନ ପ୍ରଧାନ,ସ୍ବପ୍ନାରାଣୀ ଟେଟେ,ଆରତୀ ମିଞ୍ଜ,ଏ ଏସ ଆଇ ଧନମତି ତାଣ୍ଡି, କନେଷ୍ଟବଲ ବିନୋଦ ତିର୍କୀ,ସରସ୍ବତୀ ବ°ଛୋର, କାନ୍ତ ଭୋଇ,ରାଜେଶ ରାଉତ ଓ ରାଜେଶ ସାହୁ ପ୍ରମୁଖ ରହିଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc