ନିରପେକ୍ଷ(ଭୁବନେଶ୍ବର) : ଚନ୍ଦ୍ର ପୃଷ୍ଠ ରେ ପାଦଥାପିଛି ଭାରତ । ସଫଳ ହୋଇଛି ଭାରତର ଚନ୍ଦ୍ର ଅଭିଯାନ। ଯେଉଁ ମୂହୁର୍ତକୁ ସାରା ଦେଶ ଅପେକ୍ଷା କରିଥିଲା, ସଫଳତା ପାଇଁ ପ୍ରାର୍ଥନା କରୁଥିଲା, ସେଇ ମୂହୁର୍ତରେ ସଫଳତା ସହ ଇତିହାସ ରଚିଛି ଭାରତ । ଚନ୍ଦ୍ରରେ ଉଡିଛି ତ୍ରିରଙ୍ଗା । ଜହ୍ନ ମାମୁଁ ଘରେ ପହଂଚି ଯାଇଛି ଭାରତ । ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ ଏବଂ ଚନ୍ଦ୍ରକୁ ପହଁଚିବାରେ ପୃୃଥିବୀର ଚତୁର୍ଥ ଦେଶର ମାନ୍ୟତା ହାସଲ କରିଛି । ଆଉ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
